ପୁଣି ଏନକାଉଣ୍ଟର: ୫ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଯବାନଙ୍କ ଆକ୍ରମଣରେ ନିପାତ ହେଲେ  ୫ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଛି ଏହି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୫ ଆତଙ୍କବାଦୀ ଲସ୍କର- ଇ-ତୋଇବା  ସଂଗଠନର ବୋଲି ସୂଚନା ମିଳିଛି। ନିହତ ଆତଙ୍କୀଙ୍କ ମଧ୍ୟରେ ଜଣେ ଡିଷ୍ଟ୍ରିକ୍ଟ କମାଣ୍ଡର ନିଶାଜ୍ ଲୋନ୍ ଓ ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀ ଥିବା ଜଣାପଡିଛି।ଏନକାଉଣ୍ଟରରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ରାଜପୁର  ଅଞ୍ଚଳର ହାଜିନ ଗାଁରେ  ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀମାନେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି। କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ଏହି ସୂଚନା ଦେଇଛନ୍ତି। ଏନକାଉଣ୍ଟରରେ ସେନାର ଜଣେ ଯବାନ ପ୍ରଥମେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *