ଏହି ରାଜ୍ୟରେ ୧୨ ତାରିଖ ଯାଏଁ ବଢିଲା ଲକଡାଉନ୍

ଚେନ୍ନାଇ: ଦେଶ ବ୍ୟାପୀ କରୋନା ମାମଲା ହ୍ରାସ ପାଉଥିଲେ ହେଁ କରୋନା ଭୟ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ । ଏପରି ସ୍ଥିତିରେ ଶୁକ୍ରବାର ଆଉ ଏକ ରାଜ୍ୟ ଲକଡାଉନ୍ ଅବଧିକୁ ବଢାଇଛି । ଶୁକ୍ରବାର ତାମିଲନାଡୁରେ ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବଢାଇ ଦିଆଯାଇଛି । ଜୁଲାଇ ୫ରେ ଲକଡାଉନ୍ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ଏକ ସପ୍ତାହ ପାଇଁ ବଢାଇ ଦିଆଯାଇଛି । ଫଳରେ ଜୁଲାଇ ୫ ପରିବର୍ତ୍ତେ ଜୁଲାଇ ୧୨ ପର୍ଯ୍ୟନ୍ତ ଲକଡାଉନ୍କୁ ବଢାଇ ଦିଆଯାଇଛି । ତେବେ ପୂର୍ବରୁ ଜାରି କରାଯାଇଥିବା ଇ-ପାସ୍ ବ୍ୟବସ୍ଥା ହଟାଇ ଦିଆଯାଇଥିବା ବେଳେ ଆନ୍ତଃରାଜ୍ୟ ବସ ଚଳାଚଳକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ସିନେମା ହଲ୍, ବାର୍, ସ୍ୱିମିଙ୍ଗ ପୁଲ୍ ସହିତ ସମସ୍ତ ସାମାଜିକ ଓ ରାଜନୈତିକ ସେବାକୁ ବନ୍ଦ ରଖାଯାଇଛି । ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *