ରାଜଧାନୀରେ ହେବ ବହୁମୁଖୀ ଇନଡୋର୍ ଷ୍ଟାଡିଅମ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର : ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀରେ ଏକ ବହୁମୁଖୀ ଇନ୍ଡୋର୍ ଷ୍ଟାଡିଅମ୍ ନିର୍ମାଣ କରାଯାଉ । ଏଥିପାଇଁ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭର୍ଚୁଆଲ୍ ମିଟିଂରେ ପ୍ରସ୍ତାବ ଦେଇଥିଲେ ବିଧାୟକ ସୁଶାନ୍ତ ରାଉତ । ସେହିପରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠିତ କ୍ରୀଡ଼ାବିତମାନଙ୍କ ତରଫରୁ ମଧ୍ୟ ମୁଖୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଷ୍ଟାଡିଅମ୍ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଏହାକୁ ସବୁଜ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ ୨୦୧୮ ହକି ବିଶ୍ୱକପ୍ ର ସଫଳ ଆୟୋଜନ ପରଠାରୁ ରାଜ୍ୟ ସରକାର ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବରେ ପରିଣତ କରିବା ନେଇ ପ୍ରୟାସ ଜାରିରଖିଛନ୍ତି । ବିଗତ ବର୍ଷଗୁଡ଼ିକରେ ଏଦିଗରେ ଅନେକ ନିଆଯାଇଛି ।

ଏକାଧିକ ଜିଲ୍ଲାରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, କ୍ରୀଡ଼ାବିତଙ୍କୁ ତାଲିମ ଓ ରାଷ୍ଟ୍ରାୟତ୍ତ ହଷ୍ଟେଲରେ ରଖିବା, ସମସ୍ତ ଜାତୀୟ ହକି ଦଳକୁ ପରବର୍ତ୍ତୀ ୫ ବର୍ଷ ପାଇଁ ପ୍ରାୟୋଜକ ପ୍ରଦାନ କରାଯିବା ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ବୋଲି କୁହାଯାଉଛି । ମିଟିଂରେ ରାଜ୍ୟରୁ ଲୋପ ପାଇଯାଉଥିବା କ୍ରୀଡ଼ା-ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିଭାବାନ ପିଲାମାନଙ୍କୁ ରାଜ୍ୟସ୍ତରୀୟ କ୍ରୀଡ଼ାରେ ସାମିଲ କରିବା ଦିଗରେ ଏକ ବହୁମୁଖି ଇନଡୋର୍ ଷ୍ଟାଡିଅମ୍ ଆବଶ୍ୟକତା ରହିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବିଧାୟକ ଶ୍ରୀ ରାଉତ । ଏଥିସହ ପ୍ରସ୍ତାବ ପ୍ରତି ଉତ୍ସାହ ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକ ଶ୍ରୀ ରାଉତ । ଏହି ଅବସରରେ ରାଜ୍ୟର କୃତି କ୍ରୀଡ଼ାବିତ୍ ଋତୁପର୍ଣ୍ଣା ମହାନ୍ତି, ରଞ୍ଜିତ ନାଏକ ଏବଂ ଶୁଭାସ୍ମିତା ମଲିକ୍ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ସଂକ୍ଷିପ୍ତରେ କଥାବାର୍ତ୍ତା କରିଥିଲେ । ପରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଶ୍ୱସ୍ତରୀୟ ବହୁମୁଖୀ ଇନଡୋର୍ ଷ୍ଟାଡିଅମ୍ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *