ବଦଳିବେ ୧୦ ରୁ ୧୨ ମନ୍ତ୍ରୀ !

          ବଦଳିବ ଅର୍ଥ, ରାଜସ୍ୱ, ସ୍ୱାସ୍ଥ୍ୟ, ଜଳସମ୍ପଦ, କୃଷି ଓ ପଞ୍ଚାୟତିରାଜ ବିଭାଗ!

ଭୁବନେଶ୍ୱର: ଆଗକୁ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏବେଠୁ କମର୍ କସିବା ଆରମ୍ଭକରିଛି ଶାସକ ବିଜେଡି । ନିକଟରେ ସାଙ୍ଗଠନିକସ୍ତରରେ ବ୍ୟାପକ ଅଦଳବଦଳ କରି ଦଳ ଜଣାଇଦେଇଛି ଯେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନପାଇଁ ପଡ଼ିଲା ମୂଳଦୁଆ । ପୁର୍ବରୁ ଅନେକ ଥର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପୁର୍ବରୁ ପର୍ଯ୍ୟବେକ୍ଷକ ବଦଳିଥିବା ଦେଖାଯାଇଥିବାରୁ ପଞ୍ଚାୟତ ନିର୍ବାଚନ ପୁର୍ବରୁ ଏହି ପଦକ୍ଷେପ ଏକ ଘରସଜଡ଼ା ଉଦ୍ୟମ ବୋଲି କୁହାଯାଉଛି । ଚର୍ଚ୍ଚାହେଉଛି, ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ଅର୍ଥ, ରାଜସ୍ୱ, ସ୍ୱାସ୍ଥ୍ୟ, ଜଳସମ୍ପଦ, କୃଷି ଓ ପଞ୍ଚାୟତିରାଜ ଭଳି ପ୍ରମୁଖ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ଅଦଳବଦଳ କରାଯାଇପାରେ । ଆଉ ଏକ ଚର୍ଚ୍ଚା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁବିକାଶ ଏବଂ ମିଶନଶକ୍ତି, ହସ୍ତତନ୍ତ ଓ ବୟନଶିଳ୍ପ ଭଳି ବିଭାଗୀୟ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ ।

ଅତିକମ୍‌ରେ ୧୦ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ଯେତେ ଚର୍ଚ୍ଚା ଓ ମନ୍ଥନ ହେଲେ ମଧ୍ୟ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନେବେ । ନବୀନଙ୍କ ଶାସନର ପଞ୍ଚମ ପାଳିରେ ଇତିମଧ୍ୟରେ ୨ବର୍ଷ ବିତିଯାଇଛି । ୩୦ଜିଲ୍ଲା ପାଇଁ ମନୋନୀତ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯବେକ୍ଷକଙ୍କ ନୂଆ ତାଲିକା ଦେଖି ଅନୁମାନ କରାଯାଉଛି ଯେ ଦଳ ଏକ ବଡ଼ନିଷ୍ପତ୍ତି ଗ୍ରହଣ କରିଛି ଏବଂ ମୁଖ୍ୟମନ୍ତ୍ରୀ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ୨୬ ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହି ତାଲିକା ରେ ୧୨ଜଣ ମନ୍ତ୍ରୀ ଓ ଦୁଇ ଜଣ ସାଂସଦ ମଧ୍ୟ ରହିଛନ୍ତି , ଯେଉଁମାନଙ୍କ ଉପରେ ଦଳର ଅନେକ କିଛି ନିର୍ଭର କରୁଛି । ଥଣ୍ଡା ପଡ଼ିଥିବା ଦଳୀୟ ସଙ୍ଗଠନକୁ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣି ଟ୍ରାକ୍‌କୁ ଆଣିବା ଲକ୍ଷ୍ୟରେ ଦଳ ପଦକ୍ଷେପ ନେଇଛି ।

ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇବା ପରେ ଅଧିକ ଜିଲ୍ଲାର ଦାୟିତ୍ୱ ପାଇଥିବା ନେତାମାନେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡି଼ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦିଓ ରାଜନୀତିକ ପଣ୍ଡିତମାନେ ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ମନ୍ତ୍ରୀତ୍ୱ ରହିବା ନରହିବା ପ୍ରସଙ୍ଗକୁ ଯୋଡ଼ି ଦେଖାନଯାଉ ବୋଲି କହୁଛନ୍ତି, ତଥାପି ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୁର୍ବରୁ ସାଙ୍ଗଠନିକ ସ୍ତରରେ ଏହି ଅଦଳବଦଳ କରି ବିଜେଡି ସୁପ୍ରିମୋ ଏକ ପରୋକ୍ଷ ବାର୍ତ୍ତା ଦେଇଛନ୍ତି । କେତେକ ବରିଷ୍ଠ ମନ୍ତ୍ରୀଙ୍କୁ ସଙ୍ଗଠନର ଦାୟିତ୍ୱ ଦିଆଯାଇଛି । ସେମାନେ ସେହି ଜିଲ୍ଲାରେ ବିଜେଡିକୁ ଏକ ନମ୍ବର କରିବାକୁ ଚେଷ୍ଟାକରିବେ । ହେଲେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯିବା ପଛର ଅସଲ କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟହୋଇନାହିଁ । ଅନ୍ୟପକ୍ଷରେ ସଞ୍ଜୟଙ୍କ ଭଳି ବରିଷ୍ଠ ନେତା ଏନେଇ ନିରବତା ଅବଲମ୍ବନ କରିବା ମଧ୍ୟ ଭିନ୍ନଚର୍ଚ୍ଚାକୁ ଜନ୍ମଦେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *