ରାଜ୍ୟରେ ଶିଶୁଙ୍କ ପାଇଁ ଆରମ୍ଭ ହେଲା ପିସିଭି ଟିକାକରଣ

ଭୁବନେଶ୍ୱର :  ରାଜ୍ୟରେ ପିସିଭି ଟିକାକରଣ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟସ୍ତରୀୟ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନର ଟିକାକରଣ, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି । କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବାର ଆଶଙ୍କା ଦେଖା ଯାଇଥାଏ । ଏଣୁ ଏଭଳି ରୋଗରୁ ରକ୍ଷା କରିବା ଲାଗି ଆଜିଠାରୁ ପିସିଭି ଟିକାକରଣ ଆରମ୍ଭ ହୋଇଛି । ଏବେ ରାଜ୍ୟରେ ୮୮ ହଜାର ୪୦୦ ଡୋଜ୍ ଟିକା ରହିଛି । ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁମାନଙ୍କୁ ଏହି ଟିକା ବିନା ମୂଲ୍ୟରେ ଦିଆଯିବ ବୋଲି କୁହାଯାଇଛି । ସେପଟେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଏହାକୁ ହାଲୁକା ଭାବେ ନେବାକୁ ଜନସାଧାରଣଙ୍କୁ ମନା କରାଯାଇଛି । ସଂକ୍ରମଣ କମିଥିଲେ ମଧ୍ୟ ରୋଗ ଯାଇନାହିଁ ବୋଲି କୁହାଯାଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *