ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଦେଲା ଯୁବକ

ଖୋର୍ଦ୍ଧା: ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଯୁବତୀ ଜଣଙ୍କୁ ପ୍ରଥମେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ,  ତୁଳସୀପୁର ଗ୍ରାମର ୩୦ବର୍ଷୀୟ ଜଣେ ଯୁବତୀଙ୍କୁ ସେହି ଗ୍ରାମର ଦାଶରଥି ବେହେରା ଗତ ମାସରେ ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିଲା । କିନ୍ତୁ ସେ ଏବେ ଜେଲରୁ ଆସିବା ପରେ ପୁର୍ନବାର ପ୍ରେମ ନିବେଦନ କରିଥିଲା କିନ୍ତୁ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଦାଶରଥି ଯୁବତୀର ଦୁଇଗୋଡକୁ ଭୂଜାଲିରେ ହାଣି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଅଭିଯୁକ୍ତ ଦାଶରଥି ଫେରାର ଥିବା ବେଳେ ତାକୁ ଧରିବାଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଥାନାଧିକାରୀ ଅର୍ଚନା ମଲିକ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *