ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୬୪୦ ପଜିଟିଭ

 ଭୁବନେଶ୍ୱର :  ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୪୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୧୭ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୨୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬୪୨୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୬୫ ସଂକ୍ରମିତ । ଅନୁଗୁଳରୁ ୮୯ , ବାଲେଶ୍ୱରରୁ ୩୯୭ , ବରଗଡ଼ ୨୧, ଭଦ୍ରକ ୧୨୮, ବଲାଙ୍ଗୀର ୧୧ , ବୌଦ୍ଧ ୧୯ , କଟକ ୨୬୬ , ଦେବଗଡ଼ ୪ , ଢେଙ୍କାନାଳ ୬୭, ଗଜପତି ୧୮ , ଗଞ୍ଜାମ ୧୭ , ଜଗତସିଂହପୁର ୧୩୨ , ଯାଜପୁର ୧୬୨ , ଝାରସୁଗୁଡ଼ା ୮ , କଳାହାଣ୍ଡି ୨୦ , କନ୍ଧମାଳ ୧୫ , କେନ୍ଦ୍ରାପଡ଼ା ୫୫ , କେନ୍ଦୁଝର ୭୦ , କୋରାପୁଟ ୬୧ , ମାଲକାନଗିରି ୬୪ , ମୟୂରଭଞ୍ଜ ୧୫୫ , ନବରଙ୍ଗପୁର ୨୦ , ନୟାଗଡ଼ ୯୨ , ନୂଆପଡ଼ା ୮ , ପୁରୀ ୧୭୮ , ରାୟଗଡ଼ା ୪୯ , ସମ୍ୱଲପୁର ୨୩ , ସୋନପୁର ୨୫ , ସୁନ୍ଦରଗଡ଼ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *