ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ  : ଆସ୍ଥା ଭୋଟରେ ହାରିବାର ଏକ ସପ୍ତାହ ପରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ସ୍ୱିଡେନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନ୍ । ସୋମବାର ଷ୍ଟିଫେନ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ପରବର୍ତ୍ତୀ ନେତା ଚୟନର ନିଷ୍ପତ୍ତି ସେ ବାଚସ୍ପତିଙ୍କ ଉପରେ ଛାଡିଛନ୍ତି । ଗତ ସପ୍ତାହରେ ଆସ୍ଥା ଭୋଟରେ ହାରିବା ପରେ ଷ୍ଟିଫାନଙ୍କ ନିକଟରେ ଦୁଇଟି ରାସ୍ତା ରହିଥିଲା । ପ୍ରଥମତଃ ନ୍ଖକ୍ସ ପଦରୁ ଓହରିବେ ନଚେତ ଆଉଥରେ ନିର୍ବାଚନ ଘୋଷଣା କରିବେ । ତେବେ କରୋନାର ଭୟାବହତା କାରଣରୁ ଦେଶରେ ପୁନର୍ବାର ନିର୍ବାଚନ କରିବା ପରିବର୍ତ୍ତେ ସେ ନିଜ ପଦବୀରୁ ଓହରିଷ୍ର ବିକଳ୍ପକୁ ଚୟନ କଲେ ବୋଲି ଲୋଫଭେନ୍ ପ୍ରକାଶ କରିଛନ୍ତି । ଆଉ ଏକ ବର୍ଷ ପରେ ସ୍ୱିଡେନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବତନ ଶ୍ରମିକ ନେତା ଲୋଫଭେନ୍ ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିଥିବା ବେଳେ ୨୦୧୮ରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ । ତେବେ ବାଚସ୍ପତିଙ୍କ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଲୋଫଭେନ୍ କ୍ଷମତାରେ ରହିବେ ବୋଲି ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *