ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ନବୀନ । ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଜୀବନ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା । ପ୍ରତିଟି ପ୍ରସଙ୍ଗରେ ବଳିଷ୍ଠ ଜ୍ଞାନ ରଖିଥିବା ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି  । ଯାଆଁଳା ମେଡ଼ିକାଲ ସମ୍ମୁଖରେ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଥିଲେ ଜିମୂତ । ସେ ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତି ସମ୍ପର୍କରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର  ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ନିଜର ପରିଚୟକୁ ପରିପୃଷ୍ଠ କରିଛନ୍ତି । ସେହିପରି ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ଜିମୂତ ମଙ୍ଗରାଜ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *