ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ପରକୀୟା ପ୍ରିତି । ପ୍ରେମିକାକୁ ଦେଖାକରିବାକୁ ଯାଇ ମାଡ଼ ଖାଇଲେ ଯୁବକ । ଉତ୍ତର ପ୍ରଦେଶର କୋଶାମ୍ବୀରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା  । ଯେଉଁଠାରେ ଜଣେ ଯୁବକ ତାଙ୍କର ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ହଟ ହଟା ହୋଇଛନ୍ତି । ଆଉ ପ୍ରେମିକାଙ୍କ ସ୍ୱାମୀଙ୍କ ଠାରୁ ମାଡ଼ ଖାଇ ଅଧମରା ହୋଇଛନ୍ତି ।ଉତ୍ତର ପ୍ରଦେଶ ସରାୟ ଅକିଲର ଫକୀରାବାଦ ଅଞ୍ଚଳରେ ଘଟିଛି ଏହି ଘଟଣା । ଯେଉଁଠାରେ ମହିଳା ସକିନା ଏବଂ ତାଙ୍କ ପତି ନୌସାଦ ରହୁଛନ୍ତି । ଛଅ ମାସ ପୂର୍ବରୁ ସକିନାଙ୍କ ପରିଚୟ ପାନରା ଗୋପାଳପୁର ଗାଁର ତାରିକଙ୍କ ସହ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ।

ଦୁହେଁ ପରସ୍ପରକୁ ଦେଖା ମଧ୍ୟ କରୁଥିଲେ । ଯୁବକ ମହିଳାଙ୍କ ଠାର ୧୫ ବର୍ଷ ଛୋଟ ମଧ୍ୟ ଥିଲେ । ଶୁକ୍ରବାର ମଧ୍ୟାହ୍ନରେ ତାରିକ୍ ସକିନାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲା । ଆଉ ସେହି ସମୟରେ ହଠାତ୍ ସକିନାଙ୍କ ପତି ଘରକୁ ଆସିଥିଲେ ଏବଂ ତାଙ୍କ ସକିନାଙ୍କୁ ଅନ୍ୟ ପୁରୁଷ ସାଙ୍ଗରେ ଦେଖିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ନୌସାଦ କୋଠରୀରେ ବନ୍ଦ କରି ତାରିକଙ୍କୁ ପିଟିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଜାଣିବା ପରେ ସେମାନେ ମଧ୍ୟ ତାରିକକୁ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଉକ୍ତ ଯୁବକକୁ ହସ୍ପିଟାଲକୁ ସ୍ଥାନାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *