ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୧୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଥମିବାରେ ଲାଗିଛି । ଦୈନିକ ସଂକ୍ରମଣ ମାମଲା ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨ ହଜାର ୯୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬୭୫ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୩୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୯ ଜଣ, ବାଲେଶ୍ୱରରୁ ୨୨୦ ଜଣ, ବରଗଡ଼ରୁ ୩୧ ଜଣ, ଭଦ୍ରକରୁ ୧୩୬ ଜଣ, ବଲାଙ୍ଗିରରୁ ୧୨ ଜଣ, ବୌଦ୍ଧରୁ ୧୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୧୩ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୩୧ ଜଣ, ଯାଜପୁରରୁ ୨୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧, କେନ୍ଦୁଝରରୁ ୭୦, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୭୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୨୪ ଘଣ୍ଟାରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ୩ ହଜାର ୮୦୧କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଥିବା ବେଳେ ୮ ଲକ୍ଷ ୫୬ ହଜାର ୪୯୮ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୩୩ ହଜାର ୧୫୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *