ବେଦୀ ଉପରେ କନ୍ୟା ସହ ବର କଲେ ଏମିତି…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାହାଘର ଭିଡିଓରେ ସବୁବେଳେ କିଛି ନା କିଛି ମଜାଦାର ଘଟଣା ଦେଖିବାକୁ ମିଳିଥାଏ । ମିଳିବନି ବା କେମିତି କାରଣ ବାହାଘରେ ତ’ ଏଭଳି ହିଁ ଖୁସି ମଜା ହୋଇଥାଏ । ତେବେ ଏହିଭଳି ଏକ ବିବାହ ସମୟର ମଜାଦାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ବର-କନ୍ୟା ମଣ୍ଡପରେ ବସିଥିବାର ଦେଖାଯାଉଛି କିନ୍ତୁ ଯେତେବେଳେ ବିବାହ ସମୟରେ ବର କିଛି ଅଲଗା କରୁଛନ୍ତି ଆଉ ଏହି ସମୟରେ ତାଙ୍କୁ ପଣ୍ଡିତ ଅଟକାଉଛନ୍ତି । ଯାହାକୁ ଶୁଣି ଉପସ୍ଥିତ ଥିବା ସମସ୍ତେ ହସିବା ଆରମ୍ଭ କରିଦେଉଛନ୍ତି । ପ୍ରକୃତରେ ବିବାହ ସମୟରେ ଯେତେବେଳେ ପଣ୍ଡିତ ଟିକେ ବିଶ୍ରାମ ନେଉଥିଲେ ସେହି ସମୟରେ ବର-କନ୍ୟା କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ ଏବଂ କନ୍ୟାଙ୍କ କାନ୍ଧରେ ହାତ ପକାଇଥିଲେ ବର । ତେବେ ଏହାକୁ ଦେଖି ପଣ୍ଡିତ କହିଥିଲେ ହାତ ହଟାଅ । ପଣ୍ଡିତଙ୍କର ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *