ନକଲି କରୋନା ଔଷଧ ମାମଲାରେ ୩ ଗିରଫ

କଟକ: ଏସ୍‌ଟିଏଫ୍ ହାତରେ ନକଲି ମେଡିସିନ୍ କାରବାରର ମାଷ୍ଟର ମାଇଣ୍ଡ । କଟକରେ ଚାଲିଥିଲା କଲାବଜାରୀର କଳା ଧନ୍ଦା । କୋଭିଡ ସମୟରେ ଲୋକଙ୍କ ଜୀବନ ସହ ଖେଳି ଲୁଟିବାକୁ କରିଥିଲେ ମାଷ୍ଟର ପ୍ଲାନ। ବନ୍ଧା ହେଲେ ମେଡିଲୋଡ ମେଡିକମେଣ୍ଟ କମ୍ପାନୀର ନିର୍ଦ୍ଦେଶକ  ଓ ଅନ୍ୟ ଦୁଇ ଜଣ ସଦସ୍ୟ । ନିର୍ଦ୍ଦେଶକ ଶୁଭଲକ୍ଷ୍ମୀ ଜେନା ଓ  ଗୋଦାମ୍ ଇନ୍‌ଚାର୍ଜ ସତ୍ୟ ପ୍ରକାଶ ମହାନ୍ତି, ମ୍ୟାନେଜର  ପ୍ରୀତି ରଞ୍ଜନ ପରିଡ଼ା।  ହିମାଞ୍ଚଳର ମ୍ୟାକ୍ସ ରିଲିଫ୍ ହେଲଥ କେୟାର ନାମକ ଓଷଧ ଉତ୍ପାଦନକାରୀ କମ୍ପାନୀ ସହ ଡିଲ କରିଥିଲା କଟକ କମ୍ପାନୀ। ଏସ୍‌ଟିଏଫ୍ ସୂଚନା ଅନୁସାରେ ମେଡିଲୋଡ ମେଡିସିନ୍ ପ୍ରାଇଭେଟ ଲିମିଟେଡ୍ ଅତି କମ ମୂଲ୍ୟରେ ମ୍ୟାକ୍ସ ରିଲିଫ୍ ହେଲଥ କେୟାର ଠାରୁ  ଫାଭିମାକ୍ସ ଟାବଲେଟ୍ କିଣିବାକୁ ଷଡଯନ୍ତ୍ର କରିଥିଲା ​​।

୧୦ଟି ଟାବଲେଟ୍ ପିଛା ୬୫ ଟଙ୍କା କିଣି  ଷ୍ଟ୍ରିପ୍ ପିଛା ୧୨୯୦ ଟଙ୍କାରେ ବିକିବାକୁ ପ୍ଲାନ କରିଥିଲା। ମେଡିଲୋଇଡ ମେଡିସିନ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତ ହେଉଛନ୍ତି କମ୍ପାନୀର ପ୍ରମୁଖ ସଦସ୍ୟ। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଫ୍ରିଜ୍ କରିଛି। ଏ ନେଇ ଅଧିକ ଖୋଲତାଡ଼ ଚାଲିଛି ବୋଲି କ୍ରାଇମ ବ୍ରଞ୍ଚ ଏଡିଜି କହିଛନ୍ତି । ନକଲି ମେଡିସିନ କାରବାର ଉପରେ ଖୋଳତାଡ଼ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସ୍ପେଶାଲ ଟାସ୍କ ଫୋର୍ସର ତଦନ୍ତ ଜାରି ରହିଛି । ମାସ୍କ ରିଲିଫ ହେଲଥ କେୟାର ନକଲି ମେଡିସିନ୍  ତିଆରି କରି ମାର୍କେଟରେ ବିକ୍ରି କରୁଥିଲା। ପୂର୍ବରୁ କମ୍ପାନୀର ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି ।

ଅଧିକ ତଦନ୍ତ ପାଇଁ ମୁମ୍ବାଇରେ ପୋଲିସ ଡେରା ପକାଇଛି। ସେପଟେ  ସୁଦୀପ ମୁଖର୍ଜିକୁ ରିମାଣ୍ଡରେ ଆଣିବକୁ ଯୋଜନ କରୁଚି ଏସ୍‌ଟିଏଫ୍ । ଏ ନେଇ ଦଲାଲ ଅପରାଧ ନେଇ ଥତ୍ୟ ଓ ପ୍ରମାଣ ଯୋଗାଡ କରି  କୋର୍ଟରେ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏସ୍‌ଟିଏଫ୍ । ଓଡ଼ିଶାରେ ମେଡ଼ିଲୋଡ଼ ମେଡିକମେଣ୍ଟ ଭଳି କେତୋଟି କମ୍ପାନୀ ଡିଲ କରିଥିଲେ। ଓଡ଼ିଶାରେ ବିକ୍ରି ପାଇଁ କେଉଁ କେଉଁ ମେଡ଼ିସିନ ଡିଲର ଅଡର ଦେଇଥିଲେ। କେବଳ ଗୋଟିଏ ପ୍ରକର ମେଡିସିନ ନା ଅନ୍ୟ ମେଡିସିନ ପାଇଁ ଅଡର କରିଥିଲେ। ଖୋଳତାଡ଼ ପାଇଁ ୩ ଜଣକୁ ରିମାଣ୍ଡରେ ଆଣିପାରେ ଏସ୍‌ଟିଏଫ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *