ନବୀନଙ୍କୁ କଟାକ୍ଷ କରୁଥିଲେ ଅପରାଜିତା, ମୁହଁତୋଡ଼ ଜବାବ ଦେଲେ ସସ୍ମିତ

ଭୁବନେଶ୍ୱର: ଟିକାକରଣ ବେଳେ ବିଜେପିର ଶ୍ରେୟ ରାଜନୀତି ପ୍ରସଙ୍ଗ। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଥିସହ ଟିକାକେନ୍ଦ୍ରରେ ବିଜେପି କର୍ମୀଙ୍କ ପୋଷ୍ଟର ଚିରିବା ଘଟଣାକୁ ବି ସେ ସମାଲୋଚନା କରିଛନ୍ତି। ବିଜେପି ସାଂସଦ ଅପରାଜିତା ମହାନ୍ତି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡ଼ିଶା ସରକାର ରାଜ୍ୟ ପାଇଁ ଟିକା ସଂଗ୍ରହ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ କେନ୍ଦ୍ରର ସାହାୟତା ଲୋଡ଼ିଥିଲେ । ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ସଂକଟରୁ ଉଦ୍ଧାର କରିଥିଲେ । ଆଉ ଏବେ ଓଡ଼ିଶାର ସମସ୍ତ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଦାବି କରାଯାଉଛି ।

ଏହା ନିଶ୍ଚିତ ଭାବରେ ଅସୁରକ୍ଷା ଭାବ ଏବଂ ସଂକୀର୍ଣ୍ଣ ମାନସିକତାର ଶେଷ ସୀମାର ପରିଚୟ। ତେବେ ଅପରାଜିତାଙ୍କ ଏଭଳି ଟ୍ୱିଟର ମୁହଁତୋଡ଼ ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଛି।

ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *