ନବୀନଙ୍କ ଫଟୋ ଦେଖି ଏତେ ଡର!

ଭୁବନେଶ୍ୱର: ବିଜେପି କର୍ମୀମାନେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଚିରୁଛନ୍ତି । ଦଳ ଓ ଏହାର କର୍ମୀ ଏଭଳି କାହିଁକି କରୁଛନ୍ତି? କ’ଣ ଚାହୁଁଛି ଜାତୀୟଦଳ ଏହା ହୀନ ରାଜନୀତି ବୋଲି ବିଜେଡି ପ୍ରତିକ୍ରିୟା ଦେଉଛି । ଟିକା ଯୋଗାଣରେ ଫେଲ୍ ମାରିଥିବା କେନ୍ଦ୍ରର ବିଜେପି ସରକାରଙ୍କ ଭାବମୂର୍ତ୍ତି ମଳିନ ହୋଇ ଆସୁଥିବା ବେଳେ ବିଜେପି କର୍ମୀଙ୍କ ଏଭଳି କାଣ୍ଡ ଭୋକ ବିକଳରେ ତାଟିଆ କାମୁଡ଼ା ବୋଲି ଶାସକ ବିଜେଡି ନେତା କହୁଛନ୍ତି । ରାଜ୍ୟର ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ନେଇ ବିଜେପି ବିରୋଧୀ ପ୍ରତିକ୍ରିୟା ପ୍ରକାଶ ପାଇଛି । କୁହାଯାଉଛି ଯେ କରୋନା ଯେତେବେଳେ ସଂସାର ଉଚ୍ଛନ୍ନ କରିପକାଉଛି, ସେତେବେଳେ ଟିକା କଥା ନକହି ‘ପୋଷ୍ଟର’ରେ କ’ଣ ରହିବ; ଏହାକୁ ପ୍ରସଙ୍ଗ କରିବା ବିଜେପିପାଇଁ ବୁମେରାଂ ହୋଇପାରେ । ଦୁଇଦିନ ଧରି ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ପୋଷ୍ଟର ନଲାଗିବାକୁ ନେଇ ଲଜ୍ଜାଜନକ କାଣ୍ଡ କରିଛନ୍ତି ବିଜେପି କର୍ମୀ । ଧସେଇ ପଶିବା, ଠେଲାପେଲା କରିବାକୁ ବି ପଛାଇ ନାହାନ୍ତି ।

ଏଭଳି ଘଟଣା ଭିନ୍ନବାର୍ତ୍ତା ଦେଉଛି । ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ହେଲେ ଫଟୋରେ ଟିକାର ଦୁଇଟି ଯାକ ମାତ୍ରା ଠିକ ସମୟରେ ନେବା ପାଇଁ ଅନୁରୋଧ କରିବା ସହ ଟିକା ନେବା ପରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ହଙ୍ଗାମା କାରଣରୁ ବିଭିନ୍ନ କେନ୍ଦ୍ରରେ ଟିକାକରଣ ବାଧାପ୍ରାପ୍ତ ହୋଇଛି । ସାରା ଦେଶରେ ଟିକାକରଣ ଅଭିଯାନକୁ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ମାଗଣା ଟିକା ଘୋଷଣା ହେଉ କି ଟିକା କିଣିବା, ଲୋକଙ୍କ ଜୀବନ ରକ୍ଷା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର ।

ପ୍ରଥମେ ଟିକା କମ୍ପାନୀ ସହ ଏମଓୟୁ କରିବା ସହ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବି କରିଛି ରାଜ୍ୟ । କେବଳ ସେତିକି ନୁହେଁ, ଆବଶ୍ୟକ ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଇ ରାଷ୍ଟ୍ରନାୟକର ପରିଚୟ ମଧ୍ୟ ଦେଇଛନ୍ତି ନବୀନ । ଅନ୍ୟପକ୍ଷରେ ଦ୍ୱିତୀୟ ଲହର ମୁକାବିଲା ଓ ଭ୍ୟାକସିନ ପ୍ଲାନ୍ ନେଇ କେନ୍ଦ୍ରକୁ ବାରମ୍ବାର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଭୂତାଣୁ ଯୁଦ୍ଧରେ ଫେଲ ମାରିଛି କେନ୍ଦ୍ରର ବିଜେପି ସରକାର । ଏବେଳରେ ରାଜ୍ୟ ବିଜେପିପାଇଁ କ’ଣ ଏଇ ପୋଷ୍ଟର ଚିରା ଏକମାତ୍ର ପ୍ରସଙ୍ଗ ହୋଇଛି କି ବୋଲି ଜନତା ପ୍ରଶ୍ନକରୁଛନ୍ତି । ପୋଷ୍ଟର କଥା ନଭାବି ରାଜ୍ୟବାସୀ କିଭଳି ଅଧିକରୁ ଅଧିକ ଟିକାନେବେ ସେନେଇ କ’ଣ ସଚେତନ କରିପାରିବ ନାହିଁ ବିଜେପି କ’ଣ ବିଜେପି ଭଳି ବିଶ୍ୱର ସର୍ବବୃହତ ଜାତୀୟଦଳର ଓଡ଼ିଶା ଶାଖା ନିୟନ୍ତ୍ରଣ ହରାଇଛି କି ବୋଲି ବିରୋଧୀ ପ୍ରଶ୍ନ ଫିଙ୍ଗିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *