ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ପ୍ରିଂ ଗାର୍ଲ ପ୍ରିୟା

ନୟାଗଡ଼ : ପୁଣି ଚମକିଲେ ନୟାଗଡ଼ର ସ୍ପ୍ରିଂ ଗାର୍ଲ ପ୍ରିୟା । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାଁକୁ ଯୋଡ଼ିବା ସହ ଏକ ବିରଳ ରେକର୍ଡ କରିବାରେ ଐତିହାସିକ ସଫଳତା ପାଇଛନ୍ତି ଏହି ସର୍ବକନିଷ୍ଠ କୁନି ଝିଅ । ପୂରା ଶରୀର ସ୍ପ୍ରିଂ ଭଳି । ବଡ଼ ବଡ଼ କ୍ଳିଷ୍ଟ ଆସନ ସହ ଅଦ୍ଭୂତ ପ୍ରକାରର ଶାରୀରିକ କୌଶଳ ଦେଖାଉଛନ୍ତି ପ୍ରିୟା । ଗତ ୨ ମାସ ତଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ମଥୁରାପୁର ସାହିର ଏହି ସାଢ଼େ ତିନିବର୍ଷର କୁନି ଝିଅ ପ୍ରିୟଦର୍ଶିନୀ ନାୟକ(ପ୍ରିୟା)ଙ୍କ ଚମତ୍କାରିତା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହି ଖବର ପ୍ରସାରଣ ପରେ ପ୍ରିୟାଙ୍କୁ ମିଳିଛି ସ୍ୱତନ୍ତ୍ର ପରିଚୟ ।

ଏକକାଳୀନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ପ୍ରିଂ ଗର୍ଲ ଭାବେ ଏକ ସ୍ୱତନ୍ତ୍ର ନାମରେ ନିଜ ନାଁକୁ ଯୋଡ଼ିପାରିଛନ୍ତି ପ୍ରିୟା । ୧୮ଟି ଭାଷାର ଖବର କାଗଜ ପୃଷ୍ଠାରେ ମଧ୍ୟ ପ୍ରିୟାଙ୍କ ସମ୍ପର୍କରେ ଖବର ପ୍ରକାଶପାଇଛି । ଏହାକୁ ନେଇ ପ୍ରିୟାଙ୍କ ପରିବାରରେ ଖୁସିର ମାହୋଲ୍ ଦେଖାଦେଇଛି । ଗରିବ ପରିବାରରେ ଜନ୍ମ ନେଇଥିବା ପ୍ରିୟା ସରକାରଙ୍କ ତରଫରୁ ନିଜର ଆବଶ୍ୟକୀୟ ପ୍ରୋତ୍ସାହନ ପାଇଁ ପାରିଲେ ହୁଏତ ଆଗକୁ ଅନେକ ସୁନାମ ଆଣିପାରନ୍ତେ ବୋଲି ମତପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *