ଆଶାରାମ ପୁଣି ଯିବେ ଜେଲ୍….

ନୂଆଦିଲ୍ଲୀ: ନାବିଳିକା ଶିଷ୍ୟାଙ୍କୁ ଯୌନ ଶୋଷଣ ଅଭିଯୋଗରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗୁଛନ୍ତି ଆଶାରାମ ବାବୁ । ତେବେ ଗତ ମାସରରେ ସେ ମହାମାରୀ କରୋନାରେ ସଂକ୍ରମିତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମ୍ପ୍ରତି ସ୍ୱାସ୍ଥ୍ୟରେ କ୍ରମାଗତ ସୁଧାର ଆସିବା ପରେ ତାଙ୍କୁ ୨-୩ ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି । ଆଉ ଏହାପରେ ଆଶାରାମଙ୍କୁ ପୁଣି ସେହି ଜେଲ୍ ଯିବାକୁ ହିଁ ହବ । ଆଶାରାମ ନିଜକୁ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି । ରାଜସ୍ଥାନର ଯୋଧପୁର ଏମ୍ସରେ ପ୍ରାୟ ଏକ ସପ୍ତାହ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । କୋଭିଡ୍ ପରବର୍ତ୍ତୀ ଜଟିଳତାରୁ ତାଙ୍କୁ ମୁକ୍ତି ମିଳିବା ସହ ୟୁରିନ୍ ଇନଫେକ୍ସନରୁ ମଧ୍ୟ ଉପଷମ ମିଳିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି ।

ତେବେ ମେଡିକାଲ୍ ରେ ଥିବା ସମୟରେ କ୍ରମାଗତ ତାଙ୍କୁ ଭେଟିବାକୁ ସମର୍ଥନଙ୍କ ଭିଡ଼ ଲାଗିଥିଲା । କିନ୍ତୁ ମେଡିକାଲରୁ ବାହାରିବା ପରେ ତାଙ୍କୁ ସିଧା ଜେଲ୍ ଭିତରକୁ ନିଆଯିବ। ଗତମାସରେ ଆଶାରାମ କରୋନା ପଜିଟିଭ୍ ଜଣାପଡ଼ିବା ପରେ ପ୍ରଥମେ ମହାତ୍ମା ଗାନ୍ଧି ମେଡିକାଲ୍ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେ ହାଇକୋର୍ଟରେ ଜାମିନ୍ ଆବେଦନ କରିବା ସହ ଆୟୁର୍ବେଦ ପଦ୍ଧତିରେ ନିଜର ଚିକିତ୍ସା କରିବା ପାଇଁ ନିବେଦନ କରିଥିଲେ । ଏହା ହାଇକୋର୍ଟରେ ଖାରଜ ହେବା ପରେ ଆଶାରାମ ସୁପ୍ରିମ୍ କୋର୍ଟଙ୍କ ନିକଟରେ ମଧ୍ୟ ପାର୍ଥନା କରିଥିଲେ । ତେବେ ସେଠାରେ ମଧ୍ୟ ଦିନେ ଦୁଇଦିନ ପରେ ଆବେଦନ ଖାରଜ ହୋଇଯାଇଥିଲା ।

ସୂଚନାଯୋଗ୍ୟ ଯେ ୨୦୧୩ ଅଗଷ୍ଟରେ ଯୋଧପୁର ଆଶ୍ରମରେ ନିଜ ଗୁରୁକୁଳର ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ନେଇ ଆଶାରାମଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ଓ ତା ପରଠୁ ସେ ଯୋଧପୁର ଜେଲରେ ଦଣ୍ଡ ଭୋଗୁଛନ୍ତି । ସେହିପରି ୨୦୧୮ ଏପ୍ରିଲ୍ରେ ମୃତ୍ୟୁ ପର୍ଯ୍ୟନ୍ତ ଆଶାରାମଙ୍କୁ ଜେଲ୍ରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *