ବୃଦ୍ଧିପାଉଛି ସଡ଼କ ଦୁର୍ଘଟଣା, ବୌଦ୍ଧରେ ୫ ମାସରେ ଗଲାଣି ୩୪ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଗତ ୫ ମାସ ମଧ୍ୟରେ ସଡକ ଦୁର୍ଘଟଣାରେ ୩୪ ଜଣଙ୍କର ମୃତ୍ୟୁବରଣ କରିଥିବା ଜଣାପଡିଛି । ଚଳିତ ବର୍ଷ ୨୦୨୧ ଜାନୁଆରୀ ମାସରୁ ମେ ମାସ ପର୍ଯ୍ୟ” ୫ ମାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୦ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୪ ଜଣଙ୍କ ପ୍ରାଣହାନୀ ଘଟିଛି । ଯାହାକି ଗତ ୫ବର୍ଷର ସ୍ଥିତିକୁ ଦେଖିଲେ ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ,ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୫ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୯ ଜଣଙ୍କର ପ୍ରାଣହାନୀ ଘଟିଛି ଓ ୭ ଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଫେବୃଆରୀ ମାସରେ ୧୭ଟି ସଡକ ଦୁର୍ଘଟଣା ଘଟିଥିଲା ଓ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୧ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୯ ଜଣ ସାମାନ୍ୟ ଆହତ ହୋଇଥିଲେ ।

ମାର୍ଚ୍ଚ ମାସରେ ୧୨ଟି ସଡକ ଦୁର୍ଘଟଣାରେ ୮ ଜଣଙ୍କର ଜୀବନ ଯାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୩ ଜଣ ସାମାନ୍ୟ ଆହତ ହୋଇଥିଲେ । ସେହିପରି ଏପ୍ରିଲ ମାସରେ ୧୧ ଟି ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ଜଣ ଗୁରୁତର ଆହତ ହୋଇଥିଲେ । ୮ ଜଣ ସାମାନ୍ୟ ଆହତ ହୋଇଥିଲେ । ସେହିପରି ମେ ମାସରେ ୫ଟି ଦୁର୍ଘଟଣା ଘଟିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୨ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୨ ଜଣ ସାମାନ୍ୟ ଆହତ ହୋଇଥିଲେ। ଗତ ୫ ବର୍ଷ ଦୁର୍ଘଟଣାରେ ମୃତ୍ୟୁ ହାରକୁ ଦେଖିଲେ ଚଳିତ ବର୍ଷ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଛି । ଜିଲ୍ଲାରେ ୨୦୧୬ ମସିହାରେ ୧୨୨ଟି ଦୁର୍ଘଟଣା ଘଟି ସେଥିମଧ୍ୟରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୭ ମସିହାରେ ୧୫୬ଟି ଦୁର୍ଘଟଣା ଘଟିଥିବା ବେଳେ ୪୯ ଜଣଙ୍କର ମୃତ୍ୟୁ ଘଟିଛି । ୨୦୧୮ ମସିହାରେ ୧୬୦ଟି ଦୁର୍ଘଟଣା ଘଟିଥିବା ବେଳେ ୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୧୯ ମସିହାରେ ୧୫୦ଟି ଦୁର୍ଘଟଣା ଘଟିଥିବା ବେଳେ ୫୨ ଜଣଙ୍କର ମୃତ୍ୟୁ ଘଟିଛି ।

୨୦୨୦ ମସିହାରେ ଜିଲ୍ଲାରେ ଜାନୁଆରୀ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୦ ମାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୮ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୫୫ ଜଣଙ୍କ ପ୍ରାଣହାନୀ ଘଟିଥିଲା । ବୌଦ୍ଧଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଅଧିକ ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥ ଜିଲ୍ଲାରେ ସର୍ବାଧିକ କଣ୍ଟାମାଳ ବ୍ଲକ୍‌ର ମନମୁଣ୍ଡା ଠାରୁ ଆଡଣୀଗଡ ପଞ୍ଚାୟତର ବଦଲାସାହି ପର୍ଯ୍ୟନ୍ତ ୧୦୮ କିଲୋମିଟର ଯାଇଛି । ଏହି ଜାତୀୟ ରାଜପଥରେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି । ମନମୁଣ୍ଡାରୁ କଣ୍ଟାମଳ ଦେଇ ଘଣ୍ଟାପଡା ପର୍ଯ୍ୟନ୍ତ ଯାଇ ୪୧ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଦୁର୍ଘଟଣା ଘଟୁଥିବା ବେଳେ ବୌଦ୍ଧରୁ ବଘିଆପଡା ରାସ୍ତାରେ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ସେହିପରି ଚାରିଛକ ଠାରୁ ହରଭଙ୍ଗା ଓ କୁଶଙ୍ଗ ରାସ୍ତାରେ ମଧ୍ୟ ସଡ଼କ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଗଲାଣି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *