ଓଡ଼ିଶା ପୋଲିସର ୪୭୭ ଏସ୍‌ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡିଶା ପୋଲିସର ୪୭୭ଟି ଏସ୍‌ଆଇ ପୋଷ୍ଟ ପାଇଁ ଆଜିଠୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି । ୨୮୩୧ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଛନ୍ତି । ୭୭୨ଜଣ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି । ଏହି ପ୍ରୋସେସ ୧୫ ଜୁଲାଇ୨୧ ଯାଏଁ ଚାଲିବ । କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷାର ସମୟ ନିର୍ଘଣ୍ଟ ମଧ୍ୟ ଦିଆସରିଛି । ପ୍ରଥମ ଥର ପାଇଁ ଓଡିଶା ପୋଲିସ ପକ୍ଷରୁ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ୬ ଅଗଷ୍ଟ ରୁ ୧୬ ଅଗଷ୍ଟ ଯାଏଁ ଏହି ପରୀକ୍ଷା କରାଯିବ ।

ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି । ଆଗରୁ ପ୍ରିଲିମ ଓ ମେନ ପରୀକ୍ଷା ହୋଉଥିଲା,ଏବେ ଏହାକୁ ସରଳିକରଣ କରାଯାଇଛି । ଏବେ ସିଙ୍ଗଲ ପରୀକ୍ଷା ହେବ,ଦୁଇଟି ପେପର ବିଶିଷ୍ଟ ପରୀକ୍ଷା ହବ,ଅବଜେକ୍ଟିଭ ଟାଇପ ପ୍ରଶ୍ନ ପଡିବ । କମ୍ପ୍ୟୁଟର ମାଧ୍ୟମରେ ଉତ୍ତର ଚେକ କରାଯିବ । ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦିଷ୍ଟ ସମୟ ସୀମା ରଖାଯାଇଛି । ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ମାନଙ୍କୁ  ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଇଛି । ତାମିଲନାଡୁ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଯିଏ ତୃତୀୟ ଲିଙ୍ଗୀ ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *