ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୬୩୧ ପଜିଟିଭ

ଭୁବନେଶ୍ୱର :  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୬୯ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୬୨ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୬୬୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦୬ ସଂକ୍ରମିତ । ଅନୁଗୁଳରୁ ୨୦୪ , ବାଲେଶ୍ୱରରୁ ୨୬୨, ବରଗଡ଼ ୫୦, ଭଦ୍ରକ ୧୭୮, ବଲାଙ୍ଗୀର ୩୬ , ବୌଦ୍ଧ ୮୪, କଟକ ୪୩୮, ଦେବଗଡ଼ ୨୮, ଢେଙ୍କାନାଳ ୧୧୪, ଗଜପତି ୧୮, ଗଞ୍ଜାମ ୨୭, ଜଗତସିଂହପୁର ୯୨, ଯାଜପୁର ୩୦୫, ଝାରସୁଗୁଡ଼ା ୧୯, କଳାହାଣ୍ଡି ୪୧ , କନ୍ଧମାଳ ୪୮, କେନ୍ଦ୍ରାପଡ଼ା ୧୨୦, କେନ୍ଦୁଝର ୬୮, କୋରାପୁଟ ୮୦, ମାଲକାନଗିରି ୫୬ , ମୟୂରଭଞ୍ଜ ୧୧୨, ନବରଙ୍ଗପୁର ୧୦୮, ନୟାଗଡ଼ ୧୦୬, ନୂଆପଡ଼ା ୧୯, ପୁରୀ ୧୯୯, ରାୟଗଡ଼ା ୭୯, ସମ୍ୱଲପୁର ୩୭, ସୋନପୁର ୫୦ , ସୁନ୍ଦରଗଡ଼ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *