ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟପେଡ୍ ପ୍ଲାନର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ୍ ସମୂହ ଘୋଷଣା କରାଯାଇଛି । ଏହି ପ୍ଲାନ୍‌ଗୁଡିକର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେଉଛି । ଜୁନ୍ ୧୭ରୁ ଲାଗୁ ହେବାକୁ ଯାଉଥିବା ନୂଆ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକର ଶୁଭାରମ୍ଭ କରିବା ସହିତ କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ସବୁ ନୂଆ ଗ୍ରାହକଙ୍କୁ ଇଟଂରନେଟ୍ ବକ୍ସ ଅର୍ଥାତ ରାଉଟର ବିନା ମୂଲ୍ୟରେ ମିଳିବ । ମୋଟ ଉପରେ ଗ୍ରାହକ ପୂର୍ବାପେକ୍ଷା ୧୫୦୦ ଟଙ୍କା ଅଧିକ ସଂଚୟ କରିପାରିବେ । ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭାଲିଡିଟି ପ୍ଲାନ୍ ନେବେ ତେବେ ତାଙ୍କୁ ମାଗଣାରେ ଇଟଂରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ । ଜିଓଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ । ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌, ୯୯୯ ଟଙ୍କାର ପ୍ଲାନ୍‌ରେ ୧୫୦ ଏମ୍‌ବିପିଏସ୍ ଓ ୧୪୯୯ ଟଙ୍କାର ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍‌ର ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ବ୍ୟବହାରକାରୀଙ୍କୁ ମିଳିବ । ଏହା ବ୍ୟତୀତ ଜିଓଫାଇବର୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତର ପ୍ଲାନ୍ ଉପଲବ୍ଧ ରହିଛି । ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ପୋଷ୍ଟପେଡ୍ ଜିଓଫାଇବର୍ ସଂଯୋଗରେ ଗ୍ରାହକମାନଙ୍କୁ ମାଗଣାରେ ଓଟିଟି ଆପ୍‌ର ଲାଭ ମଧ୍ୟ ମିଳିବ । ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ହଟ୍‌ଷ୍ଟାର୍‌, ସୋନି ଲିଭ୍‌, ଜି୫, ଭୁଟ୍ ସିଲେକ୍ଟ, ସନ୍ ନେକ୍ସଟ ଓ ହୋଇଚୋଇ ଭଳି ୧୪ ଲୋକପ୍ରିୟ ଓଟିଟି ଆପ୍ ମିଳିବ । ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ସହିତ ସମସ୍ତ ୧୫ ଓଟିଟି ଆପ୍ ସାମିଲ ରହିବ । ଏହି ଆପ୍‌ଗୁଡ଼ିକର ବଜାର ମୂଲ୍ୟ ହେଉଛି ୯୯୯ ଟଙ୍କା । ଓଟିଟି ଆପ୍ ଯେଭଳି ନିରବଚ୍ଛିନ୍ନ ଭାବେ ଓ ଉତ୍ତମ ଗୁଣବତ୍ତାରେ ଚାଲିପାରିବ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ତରଫରୁ ୧୦୦୦ ଟଙ୍କାର ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ନେଇ ଗ୍ରାହକଙ୍କୁ ଅତ୍ୟାଧୁନିକ ୪କେ ସେଟ୍ ଟପ୍ ବକ୍ସ ମଧ୍ୟ ବିନା ମୂଲ୍ୟରେ ପ୍ରଦାନ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *