ରାଜ୍ୟରୁ ଆଉ ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୩ହଜାର ୫ଶହ ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୪୪ ଜୀବନ ନେଇଛି ମହାମାରୀ କରୋନା । ସେ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୦୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୫୧୯ ଲୋକାଲ କେସ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ବର ୨୯୬, ଅନୁଗୁଳରୁ ୨୦୭, ପୁରୀ ୧୮୭, ଭଦ୍ରକ ୧୮୪, ମୟୂରଭ୍ଞ୍ଜରୁ ୧୫୩ ଓ କେନ୍ଦ୍ରାପଡ଼ାରୁ ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି । ନୟାଗଡ଼ରୁ ୯୫, କେନ୍ଦୁଝରରୁ ୯୨, ଜଗତସିଂହପୁରରୁ ୯୦, ବରଗଡ଼ରୁ ୮୬, ନବରଙ୍ଗପୁରରୁ ୮୫, ଷ୍ଟେଟପୁଲରୁ ୮୨, ସୁନ୍ଦରଗଡ଼ରୁ ୭୬, ରାୟଗଡ଼ା ୭୩, ମାଲକାନଗିରି ୬୮, ଢେଙ୍କାନାଳ ୫୬, କନ୍ଧମାଳ ୫୬, କୋରାପୁଟରୁ ୫୬, ବୌଦ୍ଧରୁ ୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, କଳାହାଣ୍ଡି ୩୫, ଗଜପତି ୨୭, ଗଞ୍ଜାମରୁ ୨୬, ଦେବଗଡ଼ରୁ ୨୫, ବଲାଙ୍ଗୀରୁ ୧୮, ନୂଆପଡା଼ରୁ ୧୫ ଓ ଝାରସୁଗୁଡ଼ାରୁ ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି । ସେମଧ୍ୟରୁ ୮ ଲକ୍ଷ ୧୧ ହଜାର ୭୮୦ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏବେବି ୪୭ ହଜାର ୭ଶହ ୯୬ ସକ୍ରିୟ ମାମଲା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *