ସାମାନ୍ୟ ବଚସା ନେଲା ଉଗ୍ର ରୂପ

ମୁମ୍ବାଇ : ନାଭି ମୁମ୍ବାଇର ଆଇରୋଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସାମାନ୍ୟ ବାଚସାରୁ ଗୁଳିକାଣ୍ଡ ଘଟିଛି l ଏହି ଘଟଣାରେ ଜଣେ ୩୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣା ପଡିଛି l ସୂଚନା ଅନୁସାରେ ଏସବୁ କାଣ୍ଡ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର କରିଛନ୍ତି l ସେ ଜଣେ ରିଟାୟାର୍ଡ଼ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର l ସାମାନ୍ୟ କାର ଇନ୍ସୁରାନ୍ସକୁ ନେଇ ପାଟି ତୁଣ୍ଡ ହୋଇଥିବା ବେଳେ ଏପରି ଗୁଳିକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି l ରବେଲ ପୋଲିସ ଏନେଇ ୭୪ ବର୍ଷୀୟ ଭଗବାନ ପାଟିଲ ନାମକ ଅଧିକାରୀଙ୍କୁ ଗିରଫ କରିଛି l

ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ କରିବା ଭଳି ଭାରତୀୟ ପିଙ୍ଗଳ ଧାରାରେ ମାମଲା ରୁଜୁ କରାଯାଇଛି l ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ବେଳେ ସେ ମଦ୍ୟପାନ କରିଥିବା ଅନୁମାନ କରାଯାଉଛି l ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି l ତେବେ ମୃତ ବ୍ୟକ୍ତିଙ୍କ ନାମ ବିଜୟ ବୋଲି ଜଣା ପଡିଛି l ତାଙ୍କ ଦେହରେ ୩ ଟି ଗୁଳି ବାଜିଛି l ତାଙ୍କ ପାକସ୍ଥଳୀରେ ୨ଟି ଗୁଳି ବାଜି ଥିବା ବେଳେ ତାଙ୍କ କାନ୍ଧରେ ଗୋଟିଏ ଗୁଳି ଲାଗିଛି l ଅନ୍ୟ ପଟେ ବିଜୟଙ୍କ ସାନଭାଇ ସୁଜୟଙ୍କ ଦେହରେ ଗୁଳି ଘଷି ହୋଇ ଚାଲିଯାଇଥିବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି l ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *