କିରୋସିନି ଢାଳି ଅଙ୍ଗନଓ୍ଵାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ  : ଦେହରେ କିରୋସିନି ଢାଳି ନିଆଁ ଲଗାଇ ଅଙ୍ଗନଓ୍ଵାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ। ତେବେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଗ୍ରାମବାସୀ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ନିଆଁରେ ତାଙ୍କ ଶରୀରର ପ୍ରାୟ ଶତକଡା  ୮୦ ପ୍ରତିଶତ ପୋଡି ଯାଇଥବା ଜଣାପଡିଛି। ଗୁରୁତର ଅଙ୍ଗନଓ୍ଵାଡି କର୍ମୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗ୍ରାମର ଅସନପାଟିଆ ସ୍ଥିତ ଅଙ୍ଗନଓ୍ଵାଡି-୧ର କର୍ମୀ ସମିତା ମିଶ୍ର। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ତାଙ୍କ ଆତ୍ମହତ୍ୟା ଉଦ୍ୟମର ସଠିକ କାରଣ ଜଣା ନପଡ଼ିଥିଲେ ମଧ୍ୟ ସମିତା ଓ ତାଙ୍କ ଝିଅ ମଧ୍ୟରେ କଳହ ଏକ କାରଣ ବୋଲି ଆନୁମାନ କରାଯାଇଛି । ସୂଚନା ମୁତାବକ, ଏହି ଅଙ୍ଗନଓ୍ଵାଡି କର୍ମୀ ସମିତା ସେହି ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ଦୀର୍ଘବର୍ଷ ହେବ ଝିଅ ସହ ଏକାକି ରହି ଆସୁଥିଲେ। ବିଭିନ୍ନ ସମୟର  ମା ଓ ଝିଅ  ମଧ୍ୟରେ କଳହ ଲାଗିରହୁଥିଲାl  ଆଜି  ଅପରାହ୍ନରେ ସମିତା କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କ ଝିଅ ଗ୍ରାମବାସୀଙ୍କୁ ଡାକି ମାଙ୍କୁ ଉଦ୍ଧାର କରିଥିଲେ।ତାଙ୍କୁ ପ୍ରଥମେ ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।  ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *