କଟକ ବଲାଙ୍ଗୀର ପରେ ଏବେ ବୌଦ୍ଧରେ ନକଲି ଔଷଧ କାରବାର

ବୌଦ୍ଧ: ମହାମାରୀ କରୋନା ସମୟରେ ବଢ଼ି ଚାଲିଚି ନକଲି ଔଷଧ କାରବାର। ନକଲି ଔଷଧର କାରବାର କରି ଲୋକଙ୍କର ଜୀବନ ସହ ଖେଳାଯାଉଛି। ସ୍ୱଳ୍ବ ଲାଭ ପାଇଁ ଲୋଭଖୋର ବ୍ୟବସାୟୀ କରୁଛନ୍ତି ନକଲି ଔଷଧର କାରବାର। କଟକ,ବଲାଙ୍ଗୀର ପରେ ରାଜ୍ୟର ଏବେ ବୌଦ୍ଧ ଜିଲ୍ଲାରେ ଏଭଳି ନକଲି ଔଷଧ କାରବାର ହେଉଥିବା ନେଇ ଜଣାପଡିଛି। ଏଭଳି କଥା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଏହି କାରବାରର ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏହାର ଚେର ବୌଦ୍ଧକୁ ଲମ୍ବିଥିବା ଜଣାପଡିଛି। ବଲାଙ୍ଗୀର ସହର ସୁଦପଡାରେ ରହିଥିବା ମୋଦି ଫାର୍ମାସ୍ୟୁଟିକାଲ ଠାରେ ଚଢଉ କରିଥିଲା ଡ୍ରଗ୍ସ ବିଭାଗ।

ନକଲି ଔଷଧ କାରବାର ବାବଦରେ ଖବର ମିଳିବା ପରେ ବୌଦ୍ଧ ଜିଲ୍ଲାର ବାଉଁଶୁଣି ମା କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋର ଏବଂ ପଲସାଗୋରାର ମେହେର ମେଡିକାଲ ଷ୍ଟୋର ନାମକ ଦୁଇଟି ଔଷଧ ଦୋକାନରେ ଚଢାଉ କରିଥିଲେ ବୌଦ୍ଧ ଡ୍ରଗ୍ସ ଇନସପେକ୍ଟର। ଉଭୟ ଦୋକାନରୁ ସିନଜି-୫୦୦ର ୨୨ଟି ପ୍ୟାକେଟ ଓ ମେଡିଥ୍ରାଲ-୫୦୦ର ୨୨ଟି ପ୍ୟାକେଟ ଜବତ କରାଯାଇଛି। ଜବତ ହୋଇଥିବା ଔଷଧ ନକଲି ବୋଲି ଜଣାପଡିଛି। ଏହି ଘଟଣା ପରେ ବିରମିତ୍ର ଦେହୁରୀ ଏବଂ ସୁରେଶ ମେହେର ନାମକ ଔଷଧ ଦୋକାନୀଙ୍କ ନାମରେ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ ୧୯୪୦ ସେକସନ ୧୮(ଏ)(ଆଇ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଜିଲ୍ଲାର ଆଉ କେଉଁ କେଉଁ ମେଡିସିନ ଦୋକାନ ଏହି କାରବାରରେ ସାମିଲ ହୋଇଛନ୍ତି ସେ ବାବଦରେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିବା ଜଣାପଡ଼ିଛି। ସେପଟେ ବୌଦ୍ଧ ଜିଲ୍ଲା ଡ୍ରଗ୍ସ ଓ କେମିଷ୍ଟ ଆସୋସିଏସନ ସଭାପତି ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀକୁ ଦଣ୍ଡ ମିଳୁ ଏହାଦ୍ୱାରା ମେଡ଼ିସିନ ଦୋକାନୀ ଓ ଜନସାଧାରଣଙ୍କୁ ଆସ୍ବସ୍ତି ମିଳିବ ବୋଲି କହିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *