ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ଭୁବନେଶ୍ୱରରେ ବିଭିନ୍ନ ଟିକା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଲୌଲା ସ୍କୁଲ ଓ ସପ୍ତମ ବାଟାଲିଅନରେ ଟିକା ନେଉଥିବା ବ୍ୟକ୍ତିଙ୍କ ସମେତ ଟିକାକରଣରେ ନିୟୋଜିତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି  ସାଂସଦ। ଟିକାକରଣ ନେଇ ବିଏମସିର ପ୍ରସ୍ତୁତି ଓ ବ୍ୟବସ୍ଥାକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଖୁବଶୀଘ୍ର ଭୁବନେଶ୍ୱରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହେବ । ଟିକାର ଅଭାବ କାରଣରୁ ବନ୍ଦ ଥିବା ସବୁ ମୋବିଲାଇଜେସନ କେନ୍ଦ୍ର ପୁଣି ଖୋଲିବ । ଆଜି ଅପରାହ୍ନରେ କିନ୍ନର ନେବେ ଟିକା । ଦିନେ ଦୁଇ ଦିନ ମଧ୍ୟରେ ଓଲା, ଉବେର, ଟ୍ୟାକ୍ସି ଓ ଅଟୋ ଚାଳକଙ୍କ ପାଇଁ ହେବ ସ୍ୱତନ୍ତ୍ର ଡ୍ରାଇଭ । ଫାର୍ମାସିଷ୍ଟ, ମେଡିସିନ ଦୋକାନୀ ଓ କର୍ମଚାରୀଙ୍କୁ ବି ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଟିକା ଦିଆଯିବ । ହୋମ୍‌ ଡେଲିଭରି ବୟ ସ୍ୱିଗି ପରେ ଆଜି ଜୋମାଟୋ ଡେଲିଭରି ବୟଙ୍କୁ ଟିକା ଦିଆଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *