ଡାଲମିଆ ସିମେଣ୍ଟ ତରଫରୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

ରାଜଗାଙ୍ଗପୁର(ସମରେନ୍ଦ୍ର ରାଉତ) : ଅଞ୍ଚଳରେ କୋରୋନା ଭୁତାଣୁ ସଂକ୍ରମଣର ବଢିଚାଲିଥିବା ସମୟରେ ଆବଶ୍ୟକତାକୁ ଆଖିରେ ରଖି ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର ଦ୍ୱାରା ଜିଲ୍ଲା ପ୍ରଶାସନ କୁ ୮ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି l ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର ର ଉପ-କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ସରୋଜ କୁମାର ରାଉତ ଏବଂ ଜନ ସମ୍ପର୍କ ବିଭାଗ ର (ସି.ଏ) ଶ୍ରୀ ସଂଜୀବ ସାହୁ ଉକ୍ତ ଯନ୍ତ୍ର ସୁନ୍ଦରଗଡ ଜିଲ୍ଲା କଲେକ୍ଟର ଶ୍ରୀ ନିଖିଳ ପବନ କଲ୍ୟାଣକୁ ହସ୍ତାନ୍ତର କରିଛନ୍ତି l ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ବିକାଶ ଏଜେନ୍ସିର ପ୍ରୋଜେକଟ ନିର୍ଦେଶକ ଶ୍ରୀ ବି.ଏସ ପଟେଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ l
କମ୍ପାନୀର ପ୍ରତିନିଧିତ୍ବ କରି ଶ୍ରୀ ରାଉତ କହିଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କମ୍ପାନୀ ରାଜ୍ୟ ସରକାରଙ୍କ ସହିତ ଠିଆ ହୋଇଅଛି l

କମ୍ପାନୀର ନବ ନିଯୁକ୍ତ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ଗଣେଶ ଡବ୍ଲୁ ଜିରକୁଣ୍ଠୱାର କହିଲେ ନିଜ ଅଞ୍ଚଳ ସହିତ ସମ୍ପୂର୍ଣ ଜିଲ୍ଲା କୁ କୋରୋନା ମୁକ୍ତ ବନାଇବା ଆମର ପ୍ରାଥମିକତା l କୋରୋନା ବିରୁଦ୍ଧ ଲଢେଇକୁ ଜିତିବାକୁ ହେଲେ ସରକାରଙ୍କ ସମସ୍ତ ନୀତି ନିୟମକୁ ସମ୍ପୂର୍ଣ ଭାବରେ ପାଳନ କରିବା ସହିତ ଆମକୁ ଆମର ଅଭ୍ୟାସରେ ମଧ୍ୟ ପରିବର୍ତନ କରିବାକୁ ହେବ l କୋରୋନା ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଲଢେଇକୁ ମଜବୁତ କରିବା ପାଇଁ କିଛି ଦିନ ପୂର୍ବରୁ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ତରଫରୁ କୋରୋନା ସୁରକ୍ଷା ସାମଗ୍ରୀ (ହ୍ୟାଣ୍ଡ ଗ୍ଲୋଭସ, ଫେସ ସିଲଡ଼,ସାନୀଟାଇଜର) ସୁନ୍ଦରଗଡ ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯାଇଥିଲା l

ଏହିକୁ ସୁନ୍ଦରଗଡ ଜିଲ୍ଲାର ୪୦୦୦ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶାସନ ଦ୍ୱାରା ବଣ୍ଟନ କରାଯିବ l କରୋନା ଭୁତାଣୁ ସହିତ ଲଢେଇକୁ ମଜବୂତ କରିବାପାଇଁ କମ୍ପାନୀ ଅନେକ ପଦକ୍ଷେପ ଗ୍ରହଣ କରିଛି l ପୂର୍ବରୁ ରାଜଗାଙ୍ଗପୁର ସହରର ବିଭିନ୍ନ ୱାର୍ଡ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ନିୟମିତ ସାନିଟାଇଜେସନ (ବିଶୋଧନ) କରାଯାଇଛି l କୋରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲ ମାଗଣା ସ୍ଥାନାନ୍ତର କରିବାପାଇଁ ଆମ୍ବୁଲାନ୍ସ୍ ସେବା ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାର ମେଡିକାଲ ସୁପ୍ରିନଟେଣ୍ଡେଣ୍ଟ କୁ ପ୍ରଦାନ କରାଯାଇଛି l ପ୍ରଶାସନ ଅନୁରୋଧ କ୍ରମେ ରାଜଗାଙ୍ଗପୁର ପୌରପାଳିକା ନିର୍ମିତ ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ପାଇଁ ବେଡ଼ ସହିତ ବିଭିନ୍ନ ଉପକରଣ ମଧ୍ୟ କମ୍ପନୀ ପକ୍ଷରୁ ଯୋଗାଇ ଦିଆଯାଇଛି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *