ପୋଲିସ ହାତରେ ନକଲି ସେନାଅଧିକାରୀ
ଭୁବନେଶ୍ୱର: ନୟାପଲ୍ଲୀ ପୋଲିସ କବ୍ଜାରେ ନକଲି ସେନାଧିକାରୀ । ଆର୍ମି ଅଫିସର ଭାବେ ପରିଚୟ ଦେଇ ଆସୁଥିଲେ । ଏସୟୁଭି ଗାଡ଼ିରେ ଆର୍ମି ଲେଖି ଚଳାଉଥିଲେ ମଧ୍ୟ । ସେପଟେ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ବି ଜାଲିଆତି କରି ଆଉ ଜଣଙ୍କ ଗାଡ଼ି ନମ୍ବରକୁ ନିଜ ଗାଡ଼ିରେ ଲଗାଇଥିଲେ ଅଭିଯୁକ୍ତ। ଜବତ ଏସୟୁଭି ପୂର୍ବରୁ ୩ ଥର ପୋଲିସ ହାତରେ ଧରାପଡ଼ିଛି । ଜାଲିଆତି କରି ଗାଡ଼ିରେ ଲାଗିଥିବା ନମ୍ବରରେ ଚାଲାଣ ମଧ୍ୟ କଟିଥିବା ସୂଚନା ମିଳିଛି । ହେଲେ ଚାଲାଣଟି ପ୍ରକୃତ ଗାଡ଼ି ମାଲିକଙ୍କ ପାଖକୁ ଯାଇଛି । ଜରିମାନା ଦେଇଥିବା ଗାଡ଼ି ମାଲିକ ଏହି ନକଲି ବାବୁଙ୍କୁ ପିଛା କରି ଆସୁଥିଲେ । ଜରିମାନା ଗଣିଥିବା ବ୍ୟକ୍ତିଙ୍କ ସୂଚନା ଆଧାରରେ ନକଲି ବାବୁଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।