ୟୁଜି ଓ ପିଜି ପାରୀକ୍ଷା ନେଇ ଗ୍ରୀନ୍ ସିଗନାଲ୍
ଭୁବନେଶ୍ୱର: ୟୁଜି ଓ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ହୋଇଛି । ପିଲାଙ୍କ ପରୀକ୍ଷା ହେବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ମନ୍ତ୍ରୀ । ୧୮ତାରିଖରେ ଆଉ ଏକ ବୈଠକ ବସିବ । ଏହାପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଗତ ବର୍ଷ ଅନେକ ରାଜ୍ୟ ସରକାର ପରୀକ୍ଷା କରିନଥିଲେ । ଏଥର ରାଜ୍ୟରେ ମେ ୫ରେ ଲକଡାଉନ ହୋଇଛି । ଅନଲାଇନରେ ପିଲାଙ୍କ ପାଠପଢ଼ା ଚାଲିଛି । ତେଣୁ ଆସନ୍ତା ୧୮ ତାରିଖର ବୈଠକରେ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।