ସ୍ୱାମୀକୁ ଛାଡ଼ି ଶାଶୁଘରୁ ପଳାଇଲେ ମହିଳା

ନୂଆଦିଲ୍ଲୀ: ବିଭିନ୍ନ ଢଙ୍ଗରେ ବର-କନ୍ୟା ବିବାହ କରୁଥିବା କଥା ଆପଣ ନିଶ୍ଚୟ ଶୁଣିଥିବେ । ହେଲେ କେବେ ଟ୍ରେନରେ ବିବାହ କରିବାର କଥା ଶୁଣିଛନ୍ତି ? ଏହିଭଳି ଏକ ଅଜବ ବିବାହ ଦେଖିବାକୁ ମିଳିଛି ବିହାର ସୁଲତାନଗଞ୍ଜରେ । ଯେଉଁଠାରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ଜଣେ ବିବାହିତ ମହିଳାଙ୍କ ସହ ବିବାହ କରିଛନ୍ତି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିହାର ସୁଲତାନଗଞ୍ଜର ଭୀର ଖୁର୍ଦ ଗ୍ରାମରୁ ଆସିଛି ଏହି ଘଟଣା, ଯେଉଁଠାରେ ଆଶୁ କୁମାର ନାମକ ଜଣେ ଯୁବକ ଅନୁ କୁମାରୀ ନାମକ ଜଣେ ମହିଳା ସହ ଚଳନ୍ତା ଟ୍ରେନରେ ବିବାହ କରିଛନ୍ତି । ସୂଚନା ଅନୁଯାୟୀ, ମହିଳାଙ୍କ ପରିବାର ଗତ ଏପ୍ରିଲରେ ତାଙ୍କର ବିବାହ ଜୋର ଜବରଦସ୍ତ ଅନ୍ୟତ୍ର କରାଇଦେଇଥିଲେ ଏବଂ ମହିଳା ଜଣଙ୍କ ଏହି ବିବାହରେ ରାଜି ନଥିଲେ ସେ ଆଶୁ କୁମାରଙ୍କୁ ଭଲ ପାଉଥିଲେ ।

ମହିଳା ଜଣକ କହିଛନ୍ତି ଯେତେବେଳେ ତାଙ୍କ ଶାଶୁଘର ଲୋକଙ୍କୁ ତାଙ୍କର ପ୍ରେମ ସମ୍ପର୍କ ସମ୍ବନ୍ଧରେ ଜଣାପଡିଥିଲା ସେତେବେଳେ ଶାଶୁଘର ଲୋକ ତାଙ୍କୁ ଘରୁ ବାହାରିବା ବନ୍ଦ କରିଦେଇଥିଲେ । ତେବେ ସୁଯୋଗ ଦେଖି ସେ ଶାଶୁଘରୁ ଖସି ପଳାଇଥିଲେ । ସୁଲତାନଗଞ୍ଜ ଷ୍ଟେସନରେ ତାଙ୍କର ଆଶୁ କୁମାରଙ୍କ ସହ ଦେଖାହୋଇଥିଲା ଏବଂ ସେମାନେ ବେଙ୍ଗାଲୁରୁ ବାହାରି ପଡିଥିଲେ । ତେବେ ଆଶୁ କୁମାରଙ୍କ କହିବା ଅନୁଯାୟୀ ଟ୍ରେନରେ ଅନୁ ତାଙ୍କୁ ବିବାହ କରିବାକୁ କହିଥିଲେ ଏବଂ ଏହାପରେ ସେ ଟ୍ରେନରେ ହିଁ ଅନୁଙ୍କ ମଥାରେ ସିନ୍ଦୁର ପିନ୍ଧାଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *