ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର ଆକାଶ ଛୁଆଁ, ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବଢ଼ାଅ : ବିଜେଡି

ଭୁବନେଶ୍ୱର : ଖାଇବା ତେଲ, ପେଟ୍ରୋଲ,ଡିଜେଲ, ଦର ଆକାଶ ଛୁଆଁ । ଲୋକେ ଏଥିପାଇଁ ଦୁଃଖରେ ଅଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ମାତ୍ର ୭୨ ଟଙ୍କା ଏମ୍‌ଏସ୍‌ପି ବଢ଼ାଇବା କିଛି ନୁହେଁ । ତେଣୁ ସ୍ୱାମୀନାଥନ୍ କମିଟି ରିପୋର୍ଟ ଆଧାରରେ ତୁରନ୍ତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୯୩୦ ଟଙ୍କାକୁ ବଢ଼ାଇବାକୁ ବିଜେଡି ପୁଣି ଥରେ ଦାବି କରିଛି । ଗୁରୁବାର ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ବର୍ଷିଥିଲେ । ଶ୍ରୀ ଦେବ୍ କହିଥିଲେ, ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସଂକଳ୍ପ ପାରିତ ହୋଇଥିଲା ।

ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ । ହେଲେ ସାକ୍ଷାତ ସମ୍ଭବ ହୋଇନଥିଲା । ତେଣୁ ସମସ୍ୟା ସୃଷ୍ଟି ହୋଇଥିଲା । ଏବେ ବି ତାହା ଜାରି ରହିଛି । ତେଣୁ କେନ୍ଦ୍ର ସରକାର ଏହା ଉପରେ ଚିନ୍ତା କରିବା ଜରୁରୀ । ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବୃଦ୍ଧି କରାଯାଉ । ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି । ତାକୁ କେନ୍ଦ୍ର ସରକାର ହିସାବ କରୁଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ । ଶ୍ରୀ ଦେବ କହିଥିଲେ, ଡିଜେଲ ଦର ବଢ଼ିବା ଯୋଗୁଁ ସିଧା ଚାଷୀକୂଳକୁ ଓ ଉତ୍ପାଦନକୁ ପ୍ରଭାବିତ କରିବ । କେନ୍ଦ୍ର ସରକାର ଏହାକୁ ବିଚାର କରିବା କଥା । ତେଣୁ ୭୨ ଟଙ୍କା ଏମ୍‌ଏସ୍‌ପି ବୃଦ୍ଧି କିଛି କାମରେ ଆସିବ ନାହିଁ ବୋଲି ସେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *