ଆଜି ବର୍ଷର ପ୍ରଥମ ବଳୟ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଆଜି ହେଉଛି ବର୍ଷର ପ୍ରଥମ ତଥା ଶେଷ ବଳୟ ସୂର୍ଯ୍ୟପରାଗ। ଉତ୍ତର କାନ୍ନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷିଆର କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବାକୁ ଥିବା ବେଳେ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ବୋଲି ଜଣାପଡିଛି। ତେବେ ଆମେରିକା, ୟୁରୋପ ଓ ଏସିଆ ମହାଦେଶରେ ଆଂଶିକ ସୂର୍ଯ୍ୟପରାଗ ହେବ । ଭାରତର ଜାମ୍ମୁ କଶ୍ମୀରର କମ ଅଞ୍ଚଳରେ ୧୦ ପ୍ରତିଶତରୁ କମ ଦୃଶ୍ୟମାନ ହେବ । ତେବେ ଓଡିଶାରେ ଏହା ଦେଖାଯିବ ନାହିଁ । ଭାରତୀୟ ସମୟ ଦିନ ଗୋଟାଏ ୪୨ ମିନିଟରୁ ୬ଟା ୪୧ଯାଏ ସୂର୍ଯ୍ୟପରାଗ ରହିବ । ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୫ରେ ହେବ । ଚଳିତଥର ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବା ସ୍ଥାନରେ କୌଣସି ପାଳନ କରାଯିବ ନାହିଁ । ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟ ଚାରିପଟେ ପୃଥିବୀ କିମ୍ବା ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ବୁଲୁଛନ୍ତି । ବେଳେବେଳେ ତିନୋଟି ପିଣ୍ଡ ଏକ ସରଳ ରେଖାରେ ରହିଥାନ୍ତି । ଯାହା ଫଳରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ପରାଗ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ରହିଥାଏ । ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳରେ ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ଫଳରେ ପରାଗ ସୃଷ୍ଟି ହୋଇଥାଏ । ଏବଂ ଏହା କେବଳ ଆମାବାସ୍ୟା ଦିନ ହିଁ ସୃଷ୍ଟି ହୋଇଥାଏ । ପରାଗ ସମୟୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତିକୁ ଦୃଷ୍ଟିରେ ରଖି ତିନି ପର୍କାର ପରାଗ ସୃଷ୍ଟି ହୋଇଥାଏ । ଯାହାକୁ ଆଂଶିକ ଓ ପୂର୍ଣ୍ଣ ବଳୟ ବୋଲି କୁହାଯାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *