ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ  ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି ସମ୍ୱଲରପୁର ଭାବେ କାର୍ଯ୍ୟରତ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ଡିଆଇଜିପି, ସମ୍ୱଲପୁର ଭାବେ ନିଯୁକ୍ତି ମିଳିଛି । ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ  ଆର୍. କେ ପାଇକରାୟଙ୍କୁ ଏସପି ଦେବଗଡ ଭାବେ ନିଯୁକ୍ତ ମିଳିଛି । ସେହିଭଳି ଭୁବନେଶ୍ୱର ଏଡିସିପି ଭାବେ କାର୍ଯ୍ୟରତ ଡି.ପି ତ୍ରିପାଠୀଙ୍କୁ ରାଜ୍ୟ ରିର୍ଜଭ ପୋଲିସ, କଟକକୁ ବଦଳି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *