କୋଭିଡ ପରିଚାଳନା ନେଇ ବିଏମ୍‌ସିକୁ ଆଉ ୨୦ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ପରିଚାଳନା ନେଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜଧାନୀରେ ଆହୁରି ଜୋରଦାର ହେବ କୋଭିଡ୍‌ ଲଢେଇ । କୋଭିଡ୍‌ ପରିଚାଳନା ପାଇଁ ବିଏମସିକୁ ଆଉ ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ପୂର୍ବରୁ ରାଜଧାନୀରେ କରୋନା ମୁକାବିଲା ପାଇଁ  ୭୭କୋଟି ଟଙ୍କା ଦିଆଯାଇଛି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ୍‌ ହସ୍ପିଟାଲ ରହିଛି । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ରାଜ୍ୟର ବିଭିନ୍ନ ଅଞ୍ଚଳର କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସିଥାନ୍ତି । ତେଣୁ ଭୁବନେଶ୍ୱରରେ ଆବଶ୍ୟକତା ଅନୁସାରେ ଏହି ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *