ବିଦେଶରୁ ଆସିବ ECMO, ଟେଣ୍ଡର ପ୍ରକ୍ରିୟା ସାରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: କରୋନାରେ ଗୁରୁତର ହୋଇ ପଡ଼ୁଥିବା ରୋଗୀଙ୍କ ଚିକିତ୍ସା ECMO ମେସିନର ଆବଶ୍ୟକତା ପଡ଼ୁଛି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି ।

ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଜୀବନ ବଞ୍ଚାଇବା ପାଇଁ ECMO ଶେଷ ଆଶା । କିନ୍ତୁ ECMO ପାଇଁ ଆବଶ୍ୟକ ମାନବସମ୍ବଳ ନ ଥିଲେ କେବଳ ମେସିନ ଆଣିକି ଥୋଇ ଦେଲେ ହେବନି । ଏଥିପାଇଁ ମାନବ ସମ୍ବଳ କରିବା ଟା ବହୁତ କଷ୍ଟ । ନନ୍ କୋଭିଡ୍ ସମୟରେ ଏହାର ଉପଯୋଗିତା ବହୁତ କମ୍ ଥିଲା । ECMO ଆଣିବା ଲାଗି ସରକାର ସବୁ ପ୍ରକାର ଚେଷ୍ଟା କରୁଥିବା କହିଛନ୍ତି ଡିଏମଇଟି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *