୨୪ ଘଣ୍ଟାରେ ରାଜ୍ୟରେ ୬ହଜାର ୧୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ହଜାର ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୩ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ତେବେ ଏଥିମଧ୍ୟରେ କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକାଲ କେସ୍ ୨ହଜାର ୬୨୨ ଚିହ୍ନଟ ହୋଇଛି । ତେବେ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୯୬, କଟକରୁ ୫୩୧, ଯାଜପୁରରୁ ୪୦୬, ଅନୁଗୁଳରୁ ୩୩୫, ମୟୂରଭଞ୍ଜରୁ ୩୩୩, ପୁରୀରୁ ୩୨୪, ଢେଙ୍କାନାଳରୁ ୨୯୧, ବାଲେଶ୍ୱରରୁ ୨୮୬, ସୁନ୍ଦରଗଡ଼ରୁ ୨୮୩, ଭଦ୍ରକରୁ ୨୬୨, କେନ୍ଦ୍ରାପଡାରୁ ୨୧୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଜଗତସିଂହପୁରରୁ ୧୯୬, ନୟାଗଡ଼ରୁ ୧୯୧, ଷ୍ଟେଟପୁଲରୁ ୧୫୭, ନବରଙ୍ଗପୁରରୁ ୧୫୧, କୋରାପୁଟରୁ ୧୪୨, ସମ୍ବଲପୁରରୁ ୧୩୧, ବରଗଡ଼ ୧୨୨, କେନ୍ଦୁଝରରରୁ ୧୨୦, ରାୟଗଡ଼ାରୁ ୧୦୮ ମାଲକାନଗିରିରୁ ୮୫, ବୌଦ୍ଧରୁ ୭୯, କନ୍ଧମାଳରୁ ୭୬, ଗଞ୍ଜାମରୁ ୭୩, କଳାହାଣ୍ଡିରୁ ୭୦, ବଲାଙ୍ଗୀରରୁ ୬୬, ସୋନପୁରରୁ ୬୫, ଝାରସୁଗୁଡାରୁ ୪୧,  ଗଜପତିରୁ ୩୪, ଦେଓଗଡ଼ରୁ ୨୪, ନୂଆପଡାରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ୨୪ ଘଣ୍ଟାରେ ୮ହଜାର ୮୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯ରେ ପହଞ୍ଚିଥିବା ବେଳେ ମୋଟ୍ ୭ଲକ୍ଷ ୫୬ହଜାର ୬୪୧ଜଣ ସୁସ୍ଥ ହୋଇସାରିଲେଣି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *