୧୧ରେ ସବୁ ପେଟ୍ରୋଲ୍ ପମ୍ପ୍ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ୱର : ଦେଶବ୍ୟାପୀ ହୁ ହୁ ହୋଇ ବଢ଼ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । କେତେକ ଅଞ୍ଚଳରେ ତୈଳଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ମହାମାରୀ କରୋନାର ଅଭାବୀ ପରିସ୍ଥିତିରେ ତୈଳଦର ବୃଦ୍ଧିଯୋଗୁଁ ସାଧାରଣ ଜନତା ପୀଡ଼ା ସହୁଛନ୍ତି । ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ଏଥିଯୋଗୁଁ ବୃଦ୍ଧିପାଇଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ଆସନ୍ତା ୧୧ ତାରିଖରେ ଏହାର ପ୍ରତିବାଦରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ୍ ଆଗରେ କଂଗ୍ରେସ କର୍ମୀ ୪ ଘଣ୍ଟିଆ ଧାରଣା ଦେବେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜଣାଇଛନ୍ତି । ପ୍ରଦେଶ କଂଗ୍ରେସ ଦର୍ଶାଇଛି ଯେ ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ୍ ଦର ଲିଟର ପ୍ରତି ୨୫ଟଙ୍କା ୭୨ପଇସା ଓ ଡିଜେଲ୍ ଦର ୨୩ଟଙ୍କା ୯୩ ପଇସା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷର ଗତ ୫ ମାସ ମଧ୍ୟରେ ୪୩ ଥର ଦରବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କୁ ଲୁଟୁଛନ୍ତି । ଏହାର ପ୍ରତିବାଦରେ ଜୁନ ୧୧ ତାରିଖ ଶୁକ୍ରବାର ପ୍ରାତଃ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ୍ ପମ୍ପ୍ ଆଗରେ କଂଗ୍ରେସ ଦଳ ତରଫରୁ ସାଙ୍କେତିକ ଭାବେ ଧାରଣା ଓ ବିକ୍ଷୋଭ କରାଯିବ । ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରିବାକୁ ପିସିସି ସଭାପତି କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରିଛନ୍ତି । ସ୍ଲୋଗାନ୍ ଜରିଆରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବାବଦରେ ଅବଗତ କରିବାକୁ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଳା, ବ୍ଲକ, ନଗର ସ୍ତରରେ ଅବିଳମ୍ବେ ଜିଲ୍ଲା କଂଗ୍ରେସ ସଭାପତିମାନେ ପ୍ରସ୍ତୁତି ବୈଠକ ଡାକିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *