ଚମକୁଛି ସାକ୍ଷୀ-ଧୋନୀଙ୍କ ଘର-ଫାର୍ମ ହାଉସ୍

ଭୁବନେଶ୍ୱର : ସେଲିବ୍ରେଟିମାନଙ୍କ ଅନେକ ସଉକ ରହିଥାଏ । ଆଉ ଏହି ସୌକ ପୂରା କରିବାକୁ ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ସେ ଫିଲ୍ମ ଷ୍ଟାର ହୁଅନ୍ତୁ ବା କ୍ରିକେଟ ତାରକା ହୁଅନ୍ତୁ ନିଜ ମନ ପସନ୍ଦର ଜିନିଷକୁ ମନଭରି ଉପଭୋଗ କରିଥାନ୍ତି ଏମାନେ । ଯେଉଁଥିପାଇଁ ଅନେକ ସମୟରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହୁଏ । ନିକଟରେ  ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଏମିତି କିଛି ଫଟୋ ସେଆର କରିଛନ୍ତି । ଯେଉଁଥିରେ ନିଜ ଘର ଆଉ ଫାର୍ମ ହାଉସର ଫଟୋ ଚମକୁଛି । ଦେଶର ଧନୀ ଖେଳାଳିମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଧୋନୀଙ୍କ ଘର ହୋଇଥିବା ବେଳେ ଖାଲି ସମୟରେ ନିଜ ପରିବାର ସହ ନିଜ ହୋମ ଟାଉନରେ ସମୟ ବିତାଇଥାନ୍ତି ।

ଏହା ସହ ସାକ୍ଷୀ ଫାର୍ମ ହାଉସର ଏକ ଭିଡିଓ ମଧ୍ୟ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସୋମବାର   ସେୟାର କରିଛନ୍ତି । ଏହି ଭିଡିଓକୁ ଦେଖି କିଛି ଲୋକ ଫାର୍ମ ହାଉସର ତାରିଫ କରିଥିବା ବେଳେ ଅନେକ ଧୋନୀଙ୍କୁ ଦେଖିବାକୁ ଅନୁରୋଧ କରିଛନ୍ତି । ଧୋନୀଙ୍କର ଏହି ଫାର୍ମ ହାଉସଟିରେ ସ୍ୱିମିଂ ପୁଲଠୁ ଆରମ୍ଭ କରି ଇନଡୋର ଷ୍ଟାଡିୟମ ଓ ଜିମର ସୁବିଧା ଉପଲବ୍ଧ ରହିଛି । ଟିମ ଇଣ୍ଡିଆରେ ଥିବା ପ୍ରାୟ ସମସ୍ତ ଖେଳାଳି ଏହି ଫାର୍ମ ହାଉସର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିସାରିଛନ୍ତି । ଧୋନୀଙ୍କ ଏହି ଫାର୍ମ ହାଉସରେ ତାଙ୍କ ପୋଷା କୁକୁର ମଧ୍ୟ ଦେଖାଯାଇଛି। ଯେଉଁଠି ଧୋନୀ ତାକୁ ଟ୍ରେନିଂ ଦେଉଥିବାର ଭିଡିଓଟି   ସେୟାର କରାଯାଇଛି । ଖାଲି ସେତିକି ନୁହେଁ, ଧୋନୀଙ୍କ ଏହି ଫାର୍ମ ହାଉସଟିରେ ବିଭିନ୍ନ ପ୍ରକାର ଗଛ ସହ ପାର୍କିଂ ବ୍ୟବସ୍ଥାର ମଧ୍ୟ ସୁବିଧା ରହିଛି । ଏଠାରେ ଧୋନୀ ନିଜ ପସନ୍ଦର କାର୍ କଲେକ୍ସନ ବି ରଖିଛନ୍ତି । ଏହା ସହ ୭ଏକର ବିଶିଷ୍ଟ ଜମିରେ ଏକ ଅତ୍ୟାଧୁନିକ ଡିଜାଇନର ବଙ୍ଗଳା ମଧ୍ୟ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *