ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଏବେବି ଜାରି ରହିଛି । ପୂର୍ବ ଅପେକ୍ଷା ଏବେ ସଂକ୍ରମଣ ହାର କମ୍ ଆସୁଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ କେନ୍ଦ୍ରର ନୂଆ ଗାଇଡଲାଇନ୍ ଆସିଛି । ଗାଇଡଲାଇନ୍ ମୁତାବକ ସମସ୍ତଙ୍କୁ ମାଗଣାରେ ମିଳିବ ଟିକା । ୧୮ ବର୍ଷରୁ ଉଦ୍ଧ୍ୱର୍ କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ମିଳିବ, ତାହା ରାଜ୍ୟ ନିର୍ଣ୍ଣୟ କରିବ । ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ବଣ୍ଟନ ହେବ । ଯାହାର ବେଶି ଟିକା ଅପଚୟ ଥିବ, ଟିକା ଯୋଗାଣ ହ୍ରାସ କରାଯିବ । ରାଜ୍ୟମାନଙ୍କୁ କେଉଁଦିନ କେତେ ଟିକା ଦେବ, ତାହା କେନ୍ଦ୍ର ଆଗୁଆ ଜଣାଇବ । ରାଜ୍ୟମାନେ ମଧ୍ୟ ନିଜ ନିଜ ଜିଲ୍ଲାପାଳମାନଙ୍କୁ ଆଗୁଆ ଜଣାଇଦେବେ ।

ଟିକା ଉତ୍ପାଦନମାନେ ଘରୋଇ ହସ୍ପିଟାଲକୁ ସିଧା ଟିକା ଦେଇପାରିବେ । ତେବେ ମାସିକ ଉତ୍ପାଦନର ସର୍ବାଧିକ ୨୫% ପର୍ଯ୍ୟନ୍ତ ଟିକା ହସ୍ପିଟାଲ ଦେବେ । ଟିକା କମ୍ପାନୀ ଧାର୍ଯ୍ୟ ଦର ସହ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେବେ ହସ୍ପିଟାଲ । କାହାର କେତେ ଆୟ ନଦେଖି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ଆର୍ଥିକ ସ୍ୱଚ୍ଛଳଗର୍ବଙ୍କୁ ଘରୋଇ ହସ୍ପିଟାଲରେ ଟିକା ନେବାକୁ ପ୍ରବର୍ତ୍ତାଯିବ । ଏହା ସହ ଦ୍ୱିତୀୟ ଡୋଜକୁ ଅଧିକ ଗୁରୁତ୍ୱ ଦିଆଯିବ । ରାଜ୍ୟଗୁଡିକ ୭୫% ଟିକା କେନ୍ଦ୍ରଠାରୁ ମାଗଣାରେ ପାଇବେ । କୋୱିନ ସହ ଅନଲାଇନ୍ ବ୍ୟବସ୍ଥା ମଧ୍ୟ କରାଯିବ । ପ୍ରି-ବୁକିଂ ପାଇଁ କମନ ସର୍ଭିସ ସେଣ୍ଟର ଓ କଲ୍ ସେଣ୍ଟରକୁ ଲଗାଯିବ ।

ନୂଆ ଗାଇଡଲାଇନ୍ ଜୁନ୍ ୨୧ରୁ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୨୩ ଜଣଙ୍କ ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯କୁ ବୃଦ୍ଧି ପାଇଛି । ଦିନକରେ ୮୬ ହଜର ୪୯୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯୬ ହଜାର ୪୭୩କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩ ହଜାର ୭୦୨ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୦ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୩ କୋଟି ୫୯ ଲକ୍ଷ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *