ସନ୍ତୋଷ ଦାସ ପରିବାରକୁ ତହସିଲ ପକ୍ଷରୁ ସହାୟତା

ପୁରୀ (ବସନ୍ତ ଦାସ ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଛାଣି ଜଙ୍ଗ ପଞ୍ଚାୟତ ଜଅଁରା ଗ୍ରାମର ସନ୍ତୋଷ ଦାସ ଗତ ୫ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୨୭ ତାରିଖରୁ ବାଲିଘାଇ ସ୍ତିତ କୋଭିଡି ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଜୁନ ମାସ ୪ ତାରିଖରେ ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ୱେବ୍‌ଚାନେଲରେ କାମ କରୁ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ସଙ୍ଗଠନ ଓ ପ୍ରେସ କ୍ଲବ ପକ୍ଷରୁ ଶୋକସଭା ମଧ୍ୟ କରାଯାଇଥିଲା । ଆଜି ନିମାପଡ଼ା ଅତିରିକ୍ତ ତହସିଲଦାର ନିଶା ଗୋୟେଙ୍କାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମ କୁଣ୍ଡି ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ସାହୁ ଜଅଁରା ଗ୍ରାମରେ ପହଞ୍ଚି ତାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଦ୧୦ହଜାର ୫୦୦ଟଙ୍କ।।ର ଏକ ଚେକ୍ ପ୍ରଦାନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *