ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଜି ଏୟାର ଆମ୍ବୁଲାନ୍ସରେ ଯିବେ କଲିକତା

କଟକ : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଅଶ୍ୱିନୀ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଙ୍ଗଳବାର ଉଚ୍ଚତର ଚିକିତ୍ସା ପାଇଁ କୋଲକତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଏୟାର ଆମ୍ବୁଲାନସ ଯୋଗେ ପଠାଯିବ । ଏଥିପାଇଁ କୋଲକତା ହସ୍ପିଟାଲରୁ ଏକ ୪ ଜଣିଆ ଟିମ୍ ଆସି ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୪ ଜଣିଆ ଟିମ୍ ମଧ୍ୟରୁ ୨ ଜଣ ଇସିଏମଓ ମେସିନ୍ ଦାୟିତ୍ୱରେ ରହିଥିବା ବେଳେ ୨ ଜଣ କ୍ରିଟିକାଲ କେୟାର ୟୁନିଟ୍ ଦାୟିତ୍ୱରେ ଅଛନ୍ତି । ସୋମବାର ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନଥିବାରୁ ମଙ୍ଗଳବାର ଯିବା ନେଇ ସ୍ଥିର କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଡ. ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇ ଗତ ୨୯ ତାରିଖରେ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବା ସହ ତାଙ୍କ ଅମ୍ଳଜାନ ସ୍ତର କମିବାକୁ ଲାଗୁଥିଲା । ତାଙ୍କୁ ଆଇସିୟୁ ଓ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ବେଳେ ଉଚ୍ଚତର ଚିକିତ୍ସା ପାଇଁ ବାହାରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ହାଇଦ୍ରାବାଦ ସ୍ଥିତ ହସ୍ପିଟାଲ ସହ ଯୋଗାଯୋଗ କରାଯାଇଥିଲା । ପରେ ସେଥିରେ ପରିବର୍ତ୍ତନ କରାଯାଇ କଲିକତା ପଠାଯିବାକୁ ନିଷ୍ପତ୍ତି ହୋଇଛି । ତଦନୁଯାୟୀ କଲିକତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲ ସହ ଯୋଗାଯୋଗ କରାଯାଇଥିଲା । ସେଠାରୁ ଟିମ୍ ଆସି ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ କରଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *