ଏକାମ୍ର ପ୍ରକଳ୍ପ ପାଇଁ ଉପଦେଷ୍ଟା କମିଟି ଗଠନ

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ବିକାଶ ପାଇଁ ‘ଏକାମ୍ର’ ଯୋଜନାର ଶୁଭାରମ୍ଭ ହୋଇଛି । ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ତର ସନ୍ତୃପ୍ତ ମିଶ୍ରଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଲିଙ୍ଗରାଜ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ପାଇଁ ହୋଇଛି ଏକାମ୍ର ପ୍ରକଳ୍ପ । ଲିଙ୍ଗରାଜ ମନ୍ଦିର ଆଖପାଖର ୮୦ ଏକର ଜମିରେ ବିକାଶମୂଳକ କାର୍ଯ୍ୟ ହେବ । ଏକାମ୍ର ପ୍ରକଳ୍ପ ଜରିଆରେ ବିନ୍ଦୁସାଗରର ବିକାଶ କରାଯିବ । ପ୍ରକଳ୍ପ ଦ୍ୱାରା ଏକାମ୍ର କ୍ଷେତ୍ରରେ ଥିବା ଐତିହ୍ୟ ସଂରକ୍ଷଣ କରାଯିବ । ପୂର୍ବରୁ ଏକାମ୍ର ପ୍ରକଳ୍ପକୁ ରୂପାନ୍ତରଣ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରିବ ଏହି ‘ଏକାମ୍ର’ ଯୋଜନା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *