କଟକରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର

କଟକ : କମିସନରେଟ୍ ପୋଲିସକୁ ଡ୍ରଗ୍ସ ବିରୋଧୀ ଅଭିଯାନରେ ଏକ ବଡ ସଫଳତା ମିଳିଛି । ଗତକାଲି କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି । ଏଥିସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ସମୟରେ ସେମାନଙ୍କ ଠାରୁ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି ପୋଲିସ୍ । ତେବେ ଗିରଫ କରଯାଇଥିବା ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିକ୍ରି କରୁଥିଲେ। ଜବତ ବ୍ରାଉନସୁଗାରର ମୁଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *