ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଏବେ ଦେଶ ବାହାରେ ହେବାକୁ ନିଷ୍ପତ୍ତି ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତରେ ଏବେ କରୋନା ମହାମାରୀ ଦ୍ୱିତୀୟ ଲହର ଚାଲିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଏହାର ଆଭ୍ୟନ୍ତରୀଣ ପ୍ରସ୍ତୁତି ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସିକୁ ସୂଚନା ଦେଇଛି । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇକୁ ପ୍ରଥମ ବିକଳ୍ପ ଭାବେ ବିବେଚନା କରାଯାଇଥିଲା । ବର୍ତ୍ତମାନ ଅବୁ-ଧାବି, ଦୁବାଇ ଓ ଶାରଜାହ ସହିତ ଓମାନର ରାଜଧାନୀ ମସ୍କଟକୁ ଚତୁର୍ଥ ବିକଳ୍ପ ସ୍ଥାନ ଭାବେ ଯୋଡା ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅକ୍ଟୋବର ମାସର ଶେଷ ସପ୍ତାହରେ ହେବ । ଆଇସିସି ବୋର୍ଡରେ ଏହି ଘଟଣାକ୍ରମ ବିଷୟରେ ଅବଗତ ଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗୋପନୀୟତା ସର୍ତ୍ତରେ ପିଟିଆଇକୁ ଏହି ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *