ପଞ୍ଚାୟତ ସ୍ତରକୁ ନଗଲେ ନିତି ଆୟୋଗ ଠିକ୍ ମାର୍କ ଜାଣିବେ କେମିତି : ବିଜେଡି

ଭୁବନେଶ୍ବର:  ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସ୍‌ଡିଜି) ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶା ୨୦୧୮ରେ ୫୧ ମାର୍କ, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ମାର୍କ ମିଳିଛି । ଓଡ଼ିଶା ୯ କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, ୬ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ଆଜି ପ୍ରେସମିଟ କରି କହିଛନ୍ତି, ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନିତି ଆୟୋଗ ପଞ୍ଚାୟତ ସ୍ତରକୁ ଯିବା ଦରକାର ।  ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ ୯୨.୦୮ପ୍ରତିଶତ ମିଳିଲା । ୨୦୨୦ରେ ଶୂନ କେମିତି ହେଲା ବୋଲି ପ୍ରଶ୍ନ କରିଛନ ଅମର । ଏହାର ଅର୍ଥ ରାଜ୍ୟରେ କଣ ଶିଳ୍ପ ହୋଇନି । କରୋନା ସମୟରେ ଓଡ଼ିଶା ମହାରାଷ୍ଟ୍ର ଉପରେ ଥିବା ରିପୋର୍ଟ ଆସିଛି । ସେହିପରି ସ୍ବାସ୍ଥ୍ୟରେ ମମତା ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା କିପରି ସ୍ୱାସ୍ଥ୍ୟ ସେବା ଦେଇଛି, ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି ।

ହେଲେ ଏଠି ରାଜ୍ୟ ଯୋଜନାକୁ ବାଦ ଦେଇ କେବଳ କେନ୍ଦ୍ର ଯୋଜନାକୁ ଆଧାର କରି ରିପ୍ରୋଟ ପ୍ରସ୍ତୁତ କରାଯାଇଛି । ଏହା ଅପରିପକ୍ବ । ରାଜ୍ୟ ଆନେମିଆରେ ଭଲ କରିନି । ହେଲେ ଓଡ଼ିଶା ଆନେମିଆ ମୁକ୍ତ ଭାରତରେ ଦ୍ଵିତୀୟ ରାଙ୍କରେ ଅଛୁ । ତଥ୍ୟ ଠିକ ଆସୁ ଆଉ କିପରି ଉନ୍ନିତି କରି ହେବ, ସେ ଦିଗରେ କରାଯାଉ । କେବଳ ସୂଚକାଙ୍କ ଆଧାରରେ କରିବା ଠିକ ନୁହେଁ ।

ରାଜ୍ୟ ବିଜେପି କି ଅନ୍ୟ ଦଳ, ଯେଉଁମାନେ ରାଜ୍ୟ ବିଷୟରେ ଭାବିବା କଥା କହିଛନ୍ତି, ସେମାନେ ମିଛରେ ବନ୍ୟାରେ ନ ଭାସନ୍ତୁ । ଏହି ରିପୋର୍ଟର ସଠିକ ବ୍ୟବହାର ହେବେ ଯଦି ତଥ୍ୟ ପ୍ରଦାନରେ ଉନ୍ନତି ହେବ। ଓଡ଼ିଶା ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗରୁ ଅଛି । ବିପର୍ଯ୍ୟୟ ପ୍ରଶମନରେ ରାଜ୍ୟ ଭଲ କରିଛି । ତାକୁ ଆଧାର କରି କୃଷିର ଉନ୍ନତି ସମ୍ପର୍କରେ କିଛି ନାହିଁ । ଆଉଟପୁଟକୁ ଗୁରୁତ୍ୱ ନ ଦେଇ ଆଉଟକମକୁ ଗୁରୁତ୍ୱ ଦିଆଯାଉ । ଡାଟା ସଠିକ କରାଯାଉ । ନୀତି ଆୟୋଗ କେସ ଷ୍ଟଡି କରି କାମ କରୁଥିବା ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *