ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ
ମାହାଙ୍ଗା: ମାହାଙ୍ଗାର ପୂର୍ବତନ ବିଧାୟକ ତଥା ଶିକ୍ଷକନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୨୦୦୪ରୁ୨୦୦୯ ପର୍ଯ୍ଯନ୍ତ ମାହାଙ୍ଗାର ବିଧାୟକ ଥିଲେ ବିକ୍ରମ କେଶରୀ ବର୍ମା। ୧୯୯୬ ରୁ ୨୦୦୦ ମସିହା ପର୍ଯ୍ଯନ୍ତ ଥିଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ। ତାଙ୍କ ବିୟୋଗ ନେଇ ତାଙ୍କ ଝିଅ କ୍ରିଷ୍ଣା କୁମାରୀ ବର୍ମା ସୂଚନା ଦେଇଛନ୍ତି। ପୁର୍ବତନ ବିଧାୟକ ତଥା ଶିକ୍ଷକ ସାରସ୍ୱତ ସାଧକ ବିକ୍ରମ କେଶରୀ ବର୍ମା ଆଜି ମୃତ୍ୟୁ ବରଣ କରିଛନ୍ତି । ଯାହାକି ରାଜେନ୍ଦ୍ର ନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଶ୍ରୀ ବର୍ମା ଅସୁସ୍ଥତା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସମ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହେଇଛି । ଏହି ଖବର ମାହାଙ୍ଗା ଅଞ୍ଚଳରେ ପ୍ରଚାରିତ ହେବା ପରେ ରାଜନୈତିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ମନ୍ତ୍ରୀ ପ୍ରତାପ ଜେନା ବି ନିଜ ଫେସବୁକ ପେଜ ରେ ଶ୍ରୀଯୁକ୍ତ ବର୍ମା ଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ବର୍ମା ବିଧାୟକ ଥିବା ସମୟରେ ନିଜ ଅଞ୍ଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ଲୋକଙ୍କ ସୁଖଦୁଃଖର ସାଥି ହୋଇପାରିଥିଲେ । ଶିକ୍ଷକ ଏବଂ ଓଡିଶା କୃଷକ ମଞ୍ଚର ନେତୃତ୍ୱ ନେଇଥିବା ସମୟରେ ଶିକ୍ଷା ଓ ଶିକ୍ଷକ ତଥା କୃଷକ ମାନଙ୍କ ପାଇଁ ମଧ୍ୟ ବହୁ କାର୍ଯ୍ୟ କରିଥଲେ ।