ରାଜ୍ୟରେ ଆଉ ୭ହଜାର ୩୯୫ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଆଉ ୭ହଜାର ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୦ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୧୧ହଜାର ୩୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କ୍ବାରେଣ୍ଟାଇନରୁ ୪ହଜାର ୧୬୯, ଲୋକାଲ କେସ୍ ୩ହଜାର ୨୨୬ । ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧୦୬୯, କଟକରୁ ୮୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୫୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡ଼ ୧୭୧, ଭଦ୍ରକ ୨୩୮, ବଲାଙ୍ଗୀର ୮୧, ବୌଦ୍ଧ ୧୩୩, କଟକ ୮୬୮, ଦେବଗଡ଼ ୫୭, ଢେଙ୍କାନାଳ ୮୧, ଗଜପତି ୫୨, ଗଞ୍ଜାମ ୬୯, ଜଗତସିଂହପୁର ୨୮୮, ଯାଜପୁର ୫୧୬, ଝାରସୁଗୁଡ଼ା ୬୬, କନ୍ଧମାଳ ୭୬, କେନ୍ଦ୍ରାପନା ୩୪୧, କେନ୍ଦୁଝର ୧୫୮, କୋରାପୁଟ ୧୬୧, ମାଲକାନଗିରି ୧୧୦, ମୟୂରଭଞ୍ଜ ୩୮୪, ନବରଙ୍ଗପୁର ୧୯୬, ନୟାଗଡ଼ ୨୪୩, ନୂଆପଡ଼ା ୨୨, ପୁରୀ ୩୫୬, ରାୟଗନା ୧୨୫, ସମ୍ୱଲପୁର ୧୩୭, ସୋନପୁର ୯୧, ସୁନ୍ଦରଗଡ଼ ୨୬୭ ଓ ଷ୍ଟେଟ୍ ପୁଲ୍‌ରୁ  ୧୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୬ହଜାର ୯୪ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୭ଲକ୍ଷ ୨୪ହଜାର ୪୦୨ । ଆକ୍ଟିଭ କେସ୍ ୭୮ହଜାର ୬୮୭ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *