ଚିଠି ଲେଖି ନବୀନଙ୍କୁ ସମର୍ଥନ ଜଣାଇଲେ ପିନାରାଇ ବିଜୟନ୍

ଭୁବନେଶ୍ବର : ଟିକାକରଣ ବାବଦରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଚିଠି ଲେଖି ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ବଣ୍ଟନ କରିବା ଓ ରାଜ୍ୟମାନଙ୍କୁ ଟିକାକରଣ ଯ଼ୋଜନା ପରିଚାଳନା ଲାଗି ନବୀନ ଦାବି କରିଥିଲେ । ଏହି ଅବସରରେ ଶ୍ରୀ ବିଜୟନ ନବୀନଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ନବୀନଙ୍କ ଭ୍ୟାକ୍ସିନ କ୍ରୟ ଓ ବିତରଣ ନେଇ ସୁଚିନ୍ତିତ ଯୋଜନାକୁ ବିଜୟନ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର ସମସ୍ତ ଟିକା କ୍ରୟ କରିବେ, ରାଜ୍ୟମାନେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ ବୋଲି ନବୀନ ଦୁଇଦିନ ପୂର୍ବରୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଜୟନ ଗ୍ରହଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା କ୍ରୟ ପାଇଁ ଏକାଠି ହେବାକୁ ଚିଠି ଲେଖିଥିଲେ । ଟିକା ନିର୍ମାଣକାରୀ କମ୍ପାନୀଙ୍କଠାରୁ ଟିକା କ୍ରୟ ନେଇ ପ୍ରତିଯୋଗିତା ମନୋଭାବ ଠାରୁ ଦୂରେଇ ରହିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ତେଣୁ ସେମାନେ ରାଜ୍ୟ ସରକାରଙ୍କ ସହ ସିଧାସଳଖ ଚୁକ୍ତି କରିବାକୁ ଚାହୁଁ ନାହାନ୍ତି । ତେଣୁ କେନ୍ଦ୍ର ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଏକ କେନ୍ଦ୍ରୀୟ କ୍ରୟ ବ୍ୟବସ୍ଥା ଲାଗୁ କରିବାକୁ ନବୀନ ପ୍ରସ୍ତାବ ଦେଇଥିଲେ । କରୋନା ମହାମାରୀର ମୁକାବିଲା ପାଇଁ ଶ୍ରୀ ବିଜୟନ ଏହି ଅବସରରେ ନବୀନଙ୍କର ସହଯୋଗ ଲୋଡ଼ିଥିବା ଜଣାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *