ପ୍ରେମିକକୁ ବାହା ହେବାକୁ ବିବାହିତା ପ୍ରେମିକାର ଜିଦ୍

ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ପ୍ରେମ ପାଲା । ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ କୌଶଳ କ୍ରମେ ଧରିବା ପରେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଧୋକ୍କା ଦେଇ ଭୂଆଁ ବୁଲାଉଥିବା ପ୍ରେମିକକୁ ଯୁବତୀ ଜଣକ ଅନ୍ୟ ଏକ ନମ୍ବରରୁ ନାମ ବଦଳାଇ କଥା ହେବାରୁ ଦେଖା କରିଥିଲେ । ସେତେବେଳେ ଯୁବତୀ ଜଣକ ରଙ୍ଗେ ହାତ ଧରିଥଲେ । କ୍ୟାପିଟାଲ ଥାନା ପୋଲିସ ଦୁଇ ଜଣକୁ ନେଇ ପଚାର ଉଚରା କରିଛି। ଲକଡାଉନରେ ପ୍ରେମୀଯୁଗଳଙ୍କ ଠିଆ ପାଲା । ସିନ୍ଦୁରର ଅଧିକାର ପାଇଁ ୩୦ ମିନିଟର  ହାଇଡ୍ରାମା। ହାତଗଣ୍ଠି  ପାଇଁ ହାତାହତି। ପ୍ରେମ ପାଇଁ ମହାଭାରତ। ଟିକେ ଭଲ କରି ଭିଡିଓକୁ ଦେଖନ୍ତୁ। କିଭଳି  ଉଭୟଙ୍କ ମଧ୍ୟରେ ଚାଲିଛି ଯୁକ୍ତି ତର୍କ। ଯୁବତୀ ଜଣକ କାନ୍ଦି କାନ୍ଦି କହୁଛନ୍ତି। ଏ କୌଣସି ଫିଲ୍ମ ସୁଟିଂ ସେଟର ଦୃଶ୍ୟ ନୁହେଁ।  ଏଭଳି ଘଟଣା ରାଜଧାନୀରେ ସତ ସତିକା ଘଟିଛି। ଦୁଇ ପ୍ରେମୀଯୁଗଳ ପରସ୍ପରକୁ ଗଲା ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଲିଭ ଇନ ରିଲେସନସିପରେ ଭୁବନେଶ୍ୱର ରହୁଥିଲେ |

ପ୍ରେମିକ ଜଣକ ରାଉରକେଲାର ରଞ୍ଜିତ ନାୟକ ଏବଂ ପ୍ରେମିକା ହେଉଛି ଭୁବନେଶ୍ୱର। ରଞ୍ଜିତ ଯୁବତୀ ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଧରା ଛୁଆଁ ଦେଇ ନଥିଲେ | ପ୍ରେମିକା ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇ ହତାଶ ହୋଇ ଫେରିଥିଲେ | ପ୍ରେମିକ ଫୋନ ନ ଉଠାଇବା ସହ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହୁଥିଲା | ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଞ୍ଚିଥିଲେ । ଗତକାଲି ଉଭୟ ଦୁଇ ଜଣ ଭୁବନେଶ୍ୱର ଆସିଥିଲେ, ଆଜି ଆଇଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ ଧରି ବସିଲେ କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପେଣ୍ଟ ପକେଟକୁ ଜାବୁଡି ଧରିଥିଲେ।  ଏପରିକି ଏହି ସମୟରେ ଦୁଇ ଜଣକ ମଧ୍ୟରେ ଯୁକ୍ତି ତର୍କ ସହ ହାତାହତି ପର୍ଯ୍ୟନ୍ତ ଯାଇଥିଲା |

ଉଭୟ ପ୍ରେମୀ  ଯୁଗଳଙ୍କ ପାଲା ଦେଖି ଲୋକ ଭିଡ଼ ହୋଇଥିଲେ। କାହିଁକି ବାହା ହେବନି ବୋଲ ପ୍ରଶ୍ନ କରିବାରୁ  ଯୁବକ ଜଣକ କହିଥିଲେ ସେ ଆଗ ଛାଡ଼ପତ୍ର ଦେଉ  ତା’ପରେ ବାହା ହେବି। ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଝିଅ ଟିଏ ଥିବା ଜଣା ପଡ଼ିଛି। ପ୍ରେମୀ ଯୁଗଳ ହାଇଡ୍ରାମା ଦେଖିବା ପାଇଁ ଜମିଥିଲା ଲୋକଙ୍କ ଭିଡ଼ । ଶେଷରେ ପୋଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାଲା ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚରା କରୁଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *