ପୁଣି ଜେଲରୁ ମିଳିଲା ମୋବାଇଲ୍
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ଜେଲ୍ ରୁ ଲଗାତର ଭାବେ ଅଧିକ ସଂଖ୍ୟାରେ ମୋବାଇଲ୍ ଫୋନ୍ ମିଳିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ଝାରପଡା ଜେଲ୍ ରୁ ଅନେକ ଗୁଡିଏ ମୋବାଇଲ୍ ଫୋନ୍ ମିଳିଥିଲା । ଏଥିସହ କଏଦୀ ମାନେ ବସି ମଜାମସ୍ତି କରୁଥିବା ବେଳର ମଧ୍ୟ ଭିଡିଓ ଭାଇରାଲ୍ ହୋଇଥିଲା । ଯାହାପରେ ପ୍ରଶାସନ ଉପରେ ସାଧାରଣ ଲୋକ ଆଙ୍ଗୁଠି ଉଠାଇଥିଲେ । ହେଲେ ଆଜି ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ଆଜି ଆଉ ଏକ ଜେଲ୍ ରୁ ମୋବାଇଲ୍ ଜବତ କରାଯାଇଛି । ଆଜି ଆସିକା ସବଜେଲ୍ ରୁ ୫ ଟି ମୋବାଇଲ୍ ଫୋନ୍ ଜବତ କରିଛନ୍ତି ଜେଲ୍ ଅଧୀକ୍ଷକ । ତେବେ ଜେଲ୍ କୁ ମୋବାଇଲ୍ କିପରି କଲା ସେ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଯାଇଛି । ଜେଲକୁ ମୋବାଇଲ୍ ନେବାରେ ଯାହାର ହାତ ଥିବ ତା ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେଲ୍ ଡିଜି ।